ମୁରିବାହାଲରେ ୯ ଟିକିଆ ହାତୀପଲଙ୍କ ଆତଙ୍କ, ଖାଇ ଦେଲେ ୭୦ ବସ୍ତା ଧାନ

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜକୁ ଫେରିଲା ହାତୀପଲ। ଚାଷୀ ପ୍ରଫୁଲ ବାଘାରଙ୍କ ଖଳାରେ ଅମଳ ହୋଇ ରହିଥିବା ପ୍ରାୟ ୭୦ ବସ୍ତା ଧାନ ଦଳି ଚକଟି ଖାଇ ଦେଇଛନ୍ତି  ଏହି ହାତୀପଲ।

za

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜକୁ ଫେରିଲା ହାତୀପଲ। ମୁରିବାହାଲ ବ୍ଲକ ମୁଖ୍ୟାଳୟରେ ୯ଟିକିଆ ପଶି ହାତୀପଲ କରୁଛନ୍ତି ଉତ୍ପାତ। ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳରୁ ମୁରିବାହଲକୁ ପଶିଛି। ତେବେ ଗତକାଲି ବିଳମ୍ବିତ ରାତିରେ ମୁରିବାହଲର ଚାଷୀ ପ୍ରଫୁଲ ବାଘାରଙ୍କ ଖଳାରେ ଅମଳ ହୋଇ ରହିଥିବା ପ୍ରାୟ ୭୦ ବସ୍ତା ଧାନ ଦଳି ଚକଟି ଖାଇ ଦେଇଛନ୍ତି  ଏହି ହାତୀପଲ।

ଗମ୍ଭୀରଖଲା, ପଞ୍ଜାନିଆ ଦେଇ ଏବେ ଚାଉଳଶୁଖା ଗାଁ ନିକଟରେ ଥିବା ଜଙ୍ଗଲରେ ଏହି ହାତୀପଲ ରହିଛନ୍ତି। ହାତୀପଲକୁ ଘଉଡ଼େଇବା ପାଇ ମୁରିବାହାଲ ବନବିଭାଗର ପ୍ରୟାସ ଜାରି ରହିଥିବା ବନ ବିଭାଗ କହିଥିବା ବେଳେ ଚାଷୀଙ୍କୁ କ୍ଷୟକ୍ଷତି ଦେବାକୁ ଚାଷୀ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe