'ଏମରଜେନ୍ସି ଟ୍ରେଲର ହଟାଅ', କଙ୍ଗନା ରାନାୱତଙ୍କୁ ମିଳିଲା ଆଇନଗତ ନୋଟିସ୍

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ନେଇ ଆରମ୍ଭ ହେଲା ବିବାଦ। ଚଳଚ୍ଚିତ୍ରର ଟ୍ରେଲର ହଟାଇବା ପାଇଁ ‌ମିଳିଲା ଆଇନଗତ ନୋଟିସ୍ ।

mmm

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ 'ଏମରଜେନ୍ସି' ରିଲିଜକୁ ନେଇ ଆରମ୍ଭ ହେଲା ବିବାଦ । ଚଳଚ୍ଚିତ୍ରର ଟ୍ରେଲର ହଟାଇବା ପାଇଁ ‌ମିଳିଲା ଆଇନଗତ ନୋଟିସ୍ । କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ୍ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇପଡିଛି। ଶିଖ ସମ୍ପ୍ରଦାୟ ଏହି ଚଳଚ୍ଚିତ୍ରର ରିଲିଜକୁ ବିରୋଧ କରି ଏହାର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

ଏସବୁ ମଧ୍ୟରେ ମଙ୍ଗଳବାର ଦିନ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) କଙ୍ଗନାଙ୍କ ସମେତ ଫିଲ୍ମର ନିର୍ମାତାଙ୍କୁ ନୋଟିସ ପଠାଇ ଚଳିତ ମାସ ଆରମ୍ଭରେ ରିଲିଜ ହୋଇଥିବା ଟ୍ରେଲରକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସଜିପିସି ସଚିବ ପ୍ରତାପ ସିଂ ଏହି ଫିଲ୍ମ ଉପରେ ଆପତ୍ତି ଉଠାଇ ପ୍ରକାଶ କରିଛନ୍ତି ଯେ 'ଏମରଜେନ୍ସି'  ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏବଂ ସିବିଏଫସି ଚେୟାରମ୍ୟାନଙ୍କୁ ୨ଟି ଚିଠି ଲେଖାଯାଇଛି। ଚିଠିରେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅନେକ "ଶିଖ ବିରୋଧୀ ଦୃଶ୍ୟ" ସାମ୍ନାକୁ ଆସିଛି ବୋଲି ଦାବି କରାଯାଇଛି। ତେବେ ଏହି ବିବାଦ ମଧ୍ୟରେ ଫିଲ୍ମର ଭବିଷ୍ୟତ କ’ଣ ହେବ, ତା’ ଉପରେ ଏବେ ସମସ୍ତଙ୍କ ନଜର।

ଉଲ୍ଲେଖଯୋଗ୍ୟ, କଙ୍ଗନା ରାନାୱତ ୨୦୨୧ରେ 'ଏମରଜେନ୍ସି' ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ପରେ ଅଭିନେତ୍ରୀ ସ୍ପଷ୍ଟ କରିଥିଲେ ଯେ ଏହା ଏକ ରାଜନୈତିକ ଡ୍ରାମା ହୋଇଥିଲେ ମଧ୍ୟ ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ। ତେବେ କଙ୍ଗନା ଏହି ଫିଲ୍ମରେ ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କଙ୍ଗନା ବ୍ୟତୀତ ଅନୁପମ ଖେର, ମିଲିନ୍ଦ ସୋମାନ, ମହିମା ଚୌଧରୀ ଏବଂ ଶ୍ରେୟସ ତଲପଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। 

ଅଧିକ ପଢ଼ନ୍ତୁ- https://sambad.in/india-and-beyond/bjps-bengal-bandh-today-after-batons-tear-gas-used-on-nabanna-protesters-6931684

ଅଧିକ ପଢ଼ନ୍ତୁ- https://sambad.in/india-and-beyond/gaza-more-palestinians-killed-in-fresh-israeli-air-strikes-6931879

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe