ବିଶିଷ୍ଟ ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁଙ୍କର ପରଲୋକ: ସୋର ଅଞ୍ଚଳରେ ଶୋକର ଛାୟା

Advertisment

ସୁଦକ୍ଷ କଳା ବିନ୍ଧାଣୀ ଶିଳ୍ପୀ ଗୁରୁ ରାଜବଲ୍ଲଭ ସାହୁ ଆଉ ନାହାନ୍ତି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ତାଙ୍କ ଉତ୍ତରେଶ୍ଵର ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାକୁ ୭୦ ବର୍ଷ ହୋଇଥିଲା ।

ସୁଦକ୍ଷ କଳା ବିନ୍ଧାଣୀ ଶିଳ୍ପୀ ଗୁରୁ ରାଜବଲ୍ଲଭ ସାହୁ ଆଉ ନାହାନ୍ତି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ତାଙ୍କ ଉତ୍ତରେଶ୍ଵର ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାକୁ ୭୦ ବର୍ଷ ହୋଇଥିଲା ।

bv


ସୋର: ସୁଦକ୍ଷ କଳା ବିନ୍ଧାଣୀ ଶିଳ୍ପୀ ଗୁରୁ ରାଜବଲ୍ଲଭ ସାହୁ ଆଉ ନାହାନ୍ତି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ତାଙ୍କ ଉତ୍ତରେଶ୍ଵର ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛି ମାସ ହେଲା ସେ ମାରାତ୍ମକ ପୋଷ୍ଟେଡ଼ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ। ମାତ୍ର ହଠାତ୍ ହୃଦଘାତରେ ତାଙ୍କ ମୃତ୍ୟୁ ସମଗ୍ର ସୋର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାକୁ ୭୦ ବର୍ଷ ହୋଇଥିଲା ।ତାଙ୍କର ମର ଶରୀରକୁ ନିଜ ଜନ୍ମସ୍ଥାନ ଜଳେଶ୍ଵର ଓଳିନ୍ଦାକୁ ସ୍ୱର୍ଗରଥରେ ଏକ ଶୋଭାଯାତ୍ରାରେ ନିଆଯାଇ ତାଙ୍କର ଶତାୟୁ ପିତା ଜାନକୀବଲଭ ନିକଟଙ୍କ ଶେଷ ଦର୍ଶନ ପରେ ତାଙ୍କର ଶେଷ ଇଚ୍ଛା ଅନୁସାରେ ସୋରକୁ ଅଣାଯାଇ ଶିକ୍ଷକତା କରୁଥିବା ବାଗୁଡ଼ି ସିଟି ସ୍କୁଲକୁ ନିଆଯାଇ  ସୋର ସ୍ଵର୍ଗଦ୍ଵାରଠାରେ ସଂସ୍କାର କରାଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ସୋର ଗାଁ ମଜଲିସ ସାହିତ୍ୟ ସଂସଦ, ସୋର ପ୍ରେସକ୍ଲବ, ନାଗରିକ ମଞ୍ଚ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ରାଧାନାଥ ପାଠାଗାର, ବିକେ ଆର୍ଟସ, ଲକ୍ଷ୍ମୀନାରାୟଣ ପଥର ଖୋଦେଇ କେନ୍ଦ୍ର ସହିତ ବହୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କ ଅନ୍ତିମ ଶୋଭାଯାତ୍ରା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଵର୍ଗତ ଶିଳ୍ପୀ ସାହୁ ୧୯୭୦ ମସିହାରେ ଖଲିକୋଟରୁ ଫାଇନ ଆର୍ଟରେ ଶିକ୍ଷାଲାଭ କରି ଆଗରପଡ଼ା ସିଟି ସ୍କୁଲରୁ ଚାକିରି ଆରମ୍ଭ କରିଥିଲେ। ବାଗୁଡ଼ି ସିଟି ସ୍କୁଲରୁ ୧୯୧୬ରେ ଅବସର ନେଇ ସୋର ଉତ୍ତରେଶ୍ଵର ଠାରେ କଳାଘର ପ୍ରତିଷ୍ଠା କରି ଗରିବ ପିଲାମାନଙ୍କୁ କଳା ଶିକ୍ଷାଦାନ କରିଥିଲେ । ସେ ତୈଳଚିତ୍ର, ପ୍ରସ୍ତର, ସିମେଣ୍ଟ ଏବଂ ଫାଇବର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଥିଲେ। ସେ ବିରଳା ଏକାଡ଼େମୀ  ସହିତ ରାଜ୍ୟ ଓ ଜାତୀୟ ସ୍ତରର ବହୁ ସମ୍ବର୍ଦ୍ଧନା ଲାଭ କରିଛନ୍ତି।

ସ୍ଵର୍ଗତ ଶିଳ୍ପୀ ସାହୁ ୧୯୭୦ ମସିହାରେ ଖଲିକୋଟରୁ ଫାଇନ ଆର୍ଟରେ ଶିକ୍ଷାଲାଭ କରି ଆଗରପଡ଼ା ସିଟି ସ୍କୁଲରୁ ଚାକିରି ଆରମ୍ଭ କରିଥିଲେ। ବାଗୁଡ଼ି ସିଟି ସ୍କୁଲରୁ ୧୯୧୬ରେ ଅବସର ନେଇ ସୋର ଉତ୍ତରେଶ୍ଵର ଠାରେ କଳାଘର ପ୍ରତିଷ୍ଠା କରି ଗରିବ ପିଲାମାନଙ୍କୁ କଳା ଶିକ୍ଷାଦାନ କରିଥିଲେ । ସେ ତୈଳଚିତ୍ର, ପ୍ରସ୍ତର, ସିମେଣ୍ଟ ଏବଂ ଫାଇବର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଥିଲେ। ସେ ବିରଳା ଏକାଡ଼େମୀ  ସହିତ ରାଜ୍ୟ ଓ ଜାତୀୟ ସ୍ତରର ବହୁ ସମ୍ବର୍ଦ୍ଧନା ଲାଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe