ଯୋଗୀ ସରକାରଙ୍କ ବଡ ଆକ୍ସନ, ଦିଶାଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅପରାଧୀଙ୍କୁ ଏନକାଉଣ୍ଟର

ଉତ୍ତରପ୍ରଦେଶର ବରେଲିରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି |

6efd8ef9-cfc4-4f03-8342-b69dee7d5c74

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି | ଅଭିଯୁକ୍ତଙ୍କ ନାମ ରବିନ୍ଦ୍ର ଏବଂ ଅରୁଣ ବୋଲି ଜଣାପଡିଛି । ତେବେ ଆଜି ୟୁପି ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ନୋଏଡା ୟୁନିଟ୍ ଏବଂ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ମିଳିତ ଅପରେସନ୍ ଫଳରେ ଗାଜିଆବାଦର ଟେକ୍ନୋ ସିଟିରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଉଭୟ ସନ୍ଦିଗ୍ଧ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତମାନେ ରୋହିତ ଗୋଦାରା-ଗୋଲଡି ବ୍ରାର ଗ୍ୟାଙ୍ଗ୍ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଛି ଏବଂ ଏସଟିଏଫ୍ ଦଳ ଘଟଣାସ୍ଥଳରୁ ଏକ ଜିଗାନା ପିସ୍ତଲ ଏବଂ ବହୁ ପରିମାଣର ଗୁଳି ଜବତ କରିଛି। ଉଲ୍ଲେଖ ଥାଉ କି ସେପ୍ଟେମ୍ବର ୧୨ ତାରିଖ ଭୋର ସମୟରେ, ଦୁଇ ଜଣ ଅଜ୍ଞାତ ବାଇକ୍ ଆରୋହୀ ବରେଲିର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଦିଶା ପଟାନିଙ୍କ ଘର ବାହାରେ ୮-୧୦ ରାଉଣ୍ଡ ଗୁଳି ଚଳାଇଥିଲେ।

ପୋଲିସ ଅନୁଯାୟୀ, ପ୍ରାୟ ୩:୪୫ ସମୟରେ ଗୁଳିକାଣ୍ଡ ଘଟିଥିଲା, ଯଦିଓ କେହି ଆହତ ହୋଇ ନଥିଲେ। ପଟାନିଙ୍କ ବାପା ଜଗଦୀଶ ସିଂହ (ଅବସରପ୍ରାପ୍ତ ଡିଏସ୍ପି) ମଧ୍ୟ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପୂର୍ଣ୍ଣ ସୁରକ୍ଷାର ଆଶ୍ୱାସନା ଦେଇଥିଲେ ଏବଂ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe