ଚୋରା ଖଣିରେ ପହଞ୍ଚିଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ

Advertisment

ସୁନ୍ଦରଗଡ ଜିଲ୍ଲାର ଏମସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ ଆରମ୍ଭ କରାଯାଇଛି |

Updated On

ସୁନ୍ଦରଗଡ ଜିଲ୍ଲାର ଏମସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ ଆରମ୍ଭ କରାଯାଇଛି |

ଅଦ୍ୟତନ ହୋଇଛି
team

ସୁନ୍ଦରଗଡ଼:  ବେଆଇନ ଖଣିର ତଦନ୍ତ କରିବା ପାଇଁ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି । ଖଣି ନିର୍ଦ୍ଦେଶକ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ପଠାଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ଏମସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି ମାମଲାର ତଦନ୍ତ ଆରମ୍ଭ କରାଯାଇଛି | ୯ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବାବେଳେ ଟିମ୍‌ରେ ୩ ଜଣ ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁ, ବିଶ୍ବରଞ୍ଜନ ସେଠୀ, ସନ୍ତୋଷ କୁମାର ସାହୁ ଓ କନିଷ୍ଠ ଖଣି ଅଧିକାରୀ ବାସୁଦେବ ଟୁଡୁ ସମେତ ୪ ପୁଲିସ ଅଧିକାରୀ ସାମିଲ ରହିଛନ୍ତି ।

ସାଙ୍ଗରେ ହେମଗିରି ତହସିଲଦାର ସାରିକାରାଣୀ ଧମେଲ, ଆରଆଇ ,ବନବିଭାଗ ରେଞ୍ଜ ଅଫିସର ଅଛନ୍ତି। ଉଲ୍ଲେଖ ଥାଉ କି ସୁନ୍ଦରଗଡ଼ ଜିଲ୍ଲା ହେମଗିର କୋଇଲା କ୍ଷେତ୍ରର ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଶତାଧିକ ବେଆଇନ ଚୋରା କୋଇଲା ଖଣି ଚାଲିଥିବା ନେଇ ‘ସମ୍ବାଦ’ ଓ ‘କନକନ୍ୟୁଜ୍‌’ର ପର୍ଦ୍ଦାଫାସ ପରେ ସରକାରଙ୍କ ନିଦ ହଜିଯାଇଥିଲା ।

ଶହଶହ ସଂଖ୍ୟାରେ ଥିବା ଏହି ଛୋଟବଡ଼ ବେଆଇନ ଖଣିଗୁଡ଼ିକ ଉପରେ ଚଢ଼ଉ କରିବା ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରବର୍ତ୍ତନ ଦଳ (ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌) ଗଠନ କରିଛନ୍ତି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ସଂଖ୍ୟା ୩୯୧୮/୧୦.୦୪.୨୦୨୫ ଅନୁଯାୟୀ ଗଠିତ ଏହି ଟିମ୍‌ରେ ୯ ଜଣ ସଦସ୍ୟ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe