ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଡାକ ବିଭାଗ ସହଯୋଗରେ କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍) ପେନ୍ସନ୍ଭୋଗୀଙ୍କ ପାଇଁ ମାଗଣା ଡିଜିଟାଲ ଜୀବନ ପ୍ରମାଣପତ୍ର ସେବା ଆରମ୍ଭ କରାଯାଇଛି। ଏହାଦ୍ବାରା ସେହି ପେନ୍ସନ୍ଭୋଗୀମାନେ ଉପକୃତ ହେବେ ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରିଜାଣିନାହାନ୍ତି କିମ୍ବା ବ୍ୟାଙ୍କ ଓ ଇପିଏଫ୍ଓ କାର୍ଯ୍ୟାଳୟରେ ପହଞ୍ଚିପାରୁନାହାନ୍ତି।
ନୂତନ ଅଭିଯାନରେ ସେମାନଙ୍କ ପାଖକୁ ଡାକ ସେବକ ଯାଇ ସମ୍ପୂର୍ଣ୍ଣ ମାଗଣାରେ ଡିଜିଟାଲ ପ୍ରମାଣପତ୍ର ପଞ୍ଜୀକରଣ କରିବେ। ପେନ୍ସନ୍ଭୋଗୀଙ୍କ ପେନ୍ସନ୍ ଜାରି ରଖିବାକୁ ହେଲେ ସେମାନଙ୍କୁ ଜୀବିତ ଥିବାର ପ୍ରମାଣ ଦେବାକୁ ପଡ଼େ। ସଂପ୍ରତି ଡିଜିଟାଲ ମାଧ୍ୟମରେ ସେହି ସୁବିଧା ଉପଲବ୍ଧ ହୋଇଛି। କିନ୍ତୁ ବି ବହୁ ପେନ୍ସନ୍ଭୋଗୀ ରହିଛନ୍ତି ଯେଉଁମାନେ ଡିଜିଟାଲ ମାଧ୍ୟମକୁ ବ୍ୟବହାର କରିପାରୁନାହାନ୍ତି।
ଆହୁରି ପଢନ୍ତୁ: Terror Link: ଟେରର ଲିଙ୍କ୍: ୫ ଜମ୍ମୁ କାଶ୍ମୀର ସରକାରୀ କର୍ମଚାରୀ ବହିଷ୍କୃତ: ଶୀର୍ଷ ଏଲଇଟି କମାଣ୍ଡରଙ୍କ ସହ ଜଣେ ନିୟମିତ ଯୋଗାଯୋଗରେ ଥିଲେ
ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇପିଏଫ୍ଓ ପକ୍ଷରୁ ମାଗଣା ଡିଜିଟାଲ ପ୍ରମାଣପତ୍ର ସେବା ଆରମ୍ଭ କରାଯାଇଛି। ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ୁଥିଲା। ଏବେ କିନ୍ତୁ ଯେକୌଣସି ସମୟରେ ତାହା ଦାଖଲ କରାଯାଇପାରୁଛି। ଦାଖଲ କରାଯିବା ତାରିଖଠାରୁ ଏକ ବର୍ଷ ପର୍ଯ୍ୟନ୍ତ ତାହା ବୈଧ ରହିବ। ଇପିଏସ୍-୯୫ ପେନ୍ସନ୍ଭୋଗୀମାନେ ପେନ୍ସନ୍ ବିତରଣ କରୁଥିବା ବ୍ୟାଙ୍କ, ଜନ ସେବା କେନ୍ଦ୍ର, ଡାକଘର, ଡାକ ସେବକ, ଉମଙ୍ଗ ଆପ୍ ଓ ନିକଟସ୍ଥ ଇପିଏଫ୍ଓ କାର୍ଯ୍ୟାଳୟରେ ନିଜର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/epfo-2025-09-12-01-08-07.jpg)