ନୂଆଦିଲ୍ଲୀ: ଆତଙ୍କବାଦୀ ଅନୁଷ୍ଠାନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଙ୍ଗଳବାର ୫ ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସମ୍ବିଧାନର ଧାରା ୩୧୧ (୨)(ସି) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବହିଷ୍କୃତ କର୍ମଚାରୀମାନେ ହେଉଛନ୍ତି ମହମ୍ମଦ ଇସଫାକ୍ (ଶିକ୍ଷକ), ତାରିକ ଅହମଦ ରାହ (ଲ୍ୟାବ ଟେକନିସିଆନ), ବସିର ଅହମଦ ମୀର (ଆସିଷ୍ଟାଣ୍ଟ ଲାଇନମ୍ୟାନ୍), ଫାରୁକ ଅହମଦ ଭଟ (ବନ ବିଭାଗରେ ଜଣେ କର୍ମଚାରୀ) ଏବଂ ମହମ୍ମଦ ୟୁସୁଫ ( ସ୍ବାସ୍ଥ୍ୟ ବିଭାଗରେ ଜଣେ ଡ୍ରାଇଭର)।
ସେମାନଙ୍କ ବିରୋଧରେ ଥିବା ତଥ୍ୟ ଅନୁଯାୟୀ ମହମ୍ମଦ ଇସଫାକ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତଏବା (ଏଲ୍ଇଟି) ପାଇଁ କାର୍ଯ୍ୟ କରୁଥିଲା । ସେ ଏଲଇଟି କମାଣ୍ଡର ମହମ୍ମଦ ଅମିନ ଓରଫ ଅବୁ ଖୁବେବ ସହ ନିୟମିତ ଯୋଗାଯୋଗରେ ଥିଲା। ଇସଫାକକୁ ଏଲ୍ଇଟି ଦ୍ବାରା ଏକ ସକ୍ରିୟ ସଞ୍ଚାଳକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୨୨ରେ ଦୋଦାରେ ଜଣେ ପୁଲିସ ଅଫିସରଙ୍କୁ ହତ୍ୟା ଘଟଣାରେ ତାର ସମ୍ପୃକ୍ତି ଥିଲା।
ଆହୁରି ପଢନ୍ତୁ: RCB Homeground: ବଦଳିଲା ଆରସିବିର ହୋମ୍ ଗ୍ରାଉଣ୍ଡ୍
ତାରିକ ଅହମଦ ଯୁବ ବୟସରୁ ହିଜବୁଲ ମୁଜାହିଦ୍ଦିନ ଦ୍ବାରା ପ୍ରଭାବିତ ହୋଇଛି। ୨୦୦୫ରେ ହିଜବୁଲ ଆତଙ୍କବାଦୀ ଅମିନ ବାବା ପାକିସ୍ତାନକୁ ଖସି ପଳାଇବା ଘଟଣାରେ ଏସ୍ଆଇଏ ( ରାଜ୍ୟ ତଦନ୍ତକାରୀ ସଂସ୍ଥା) ର ତଦନ୍ତ ପରେ ରାହ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ବସିର ଅହମଦ ମୀରର ସ୍ବାସ୍ଥ୍ୟ ବିଭାଗରେ ଚାକିରି ୧୯୯୬ରେ ରେଗୁଲାର ହୋଇଥିଲା।
ଆହୁରି ପଢନ୍ତୁ: How Safe Is STP in Mutual Funds?: ମ୍ୟୁଚୁଆଲ୍ ଫଣ୍ଡରେ କେତେ ସୁରକ୍ଷିତ ଏସ୍ଟିପି? ଜାଣନ୍ତୁ କାରଣ...
ବାନ୍ଦିପୁରାର ଗୁରେଜ ଅଞ୍ଚଳରେ ଏଲ୍ଇଟିର ସେ ଜଣେ ସକ୍ରିୟ ସଦସ୍ୟ। ଫାରୁକ ଅହମଦ ସକ୍ରିୟ ଭାବେ ହିଜବୁଲ ମୁଜାହିଦ୍ଦିନ ସହ କାମ କରୁଛି। ମହମ୍ମଦ ୟୁସୁଫ ଆତଙ୍କବାଦୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୦ରୁ ସିହ୍ନାଙ୍କ ଅଧୀନରେ କେନ୍ଦ୍ରଶାସିତ ପ୍ରଶାସନ ୮୫ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି। ଆତଙ୍କୀ ଇକୋସିଷ୍ଟମ୍ର ମୂଳକୁ ଟାର୍ଗେଟ୍ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଅଧିକାରୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/tTVG3q75v24aHtmwqPor.jpg)