ବେଙ୍ଗାଲୁରୁ : ଆସନ୍ତା ଆଇପିଏଲ ସିଜିନ ଲାଗି ବର୍ତ୍ତମାନର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିବ । ଦଳ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ କିମ୍ବା ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡିୟମକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି। ଏହା ଆରସିବି ଫ୍ୟାନ ମାନଙ୍କ ପାଇଁ ଏକ ଖରାପ ଖବର କାରଣ ସେମାନେ ଦଳର ନିୟମିତ ହୋମ ଗ୍ରାଉଣ୍ଡ୍ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏଥର ମ୍ୟାଚ ଦେଖିପାରିବ ନାହିଁ।

Advertisment

୨୦୨୫ ଆଇପିଏଲ ସିଜିନରେ ଆରସିବି ଚ୍ୟାମ୍ପିୟନ ହୋଇଥିଲା। ଏହି ଐତିହାସିକ ବିଜୟ ପରେ ଚିନ୍ନାସ୍ବୀମୀ ଷ୍ଟାଡିୟମରେ ଏକ ବିଜୟ ପରେଡ ଆୟୋଜନ କରାଯାଇଥିଲା। କିନ୍ତୁ ଏହି ସମୟରେ ପ୍ରବଳ ଭୀଡ଼ ଯୋଗୁଁ ଦଳଚକଟା ହେବାରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଆହୁରି ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ ଚିନ୍ନାସ୍ବାମୀରେ ଏପର୍ଯ୍ୟନ୍ତ କୌଣସି ବଡ଼ ମ୍ୟାଚ ଆୟୋଜନ ଲାଗି ଅନୁମତି ଦିଆଯାଇନାହିଁ। ଏହାକୁ ଦୃଷ୍ଟିରେ ରଖି ଆରସିବି ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିଛି।

ଆହୁରି ପଢନ୍ତୁ: Fatty Liver Disease: ସାବଧାନ! ଖାଇବା ପରେ ପେଟରେ ଭାରୀ ଅନୁଭବ କରନ୍ତି କି? ହୋଇପାରେ ଫ୍ୟାଟି ଲିଭର...

ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଏଥର ନିଜର ହୋମ୍ ଗ୍ରାଉଣ୍ଡ୍ ବଦଳାଇବାକୁ ଯାଉଛି । ଦଳ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନ କ୍ରିକେଟ ଆସୋସିଏସନରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଗତ ବର୍ଷ ନିର୍ବାଚନ ହୋଇପାରିନଥିଲା। ଏହି କାରଣରୁ ଆରସିଏ ଏକ ଅସ୍ଥାୟୀ କମିଟି ଦ୍ବାରା ପରିଚାଳିତ ହେଉଛି । ଏହି କାରଣରୁ ଗତବର୍ଷ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂ ଧୂମଲ କହିଥିଲେ ଯେ ନିର୍ବାଚନ ହୋଇନଥିବାରୁ ରାଜସ୍ଥାନ ରୟାଲ୍ସ ଏଥର ଜୟପୁରରେ ନିଜର ମ୍ୟାଚ ଆୟୋଜନ କରିପାରିବ ନାହିଁ।