Advertisment

Epstein file controversy: ଏପ୍‌ଷ୍ଟିନ୍ ଫାଇଲ୍ ବିବାଦ, କର୍ମଚାରୀଙ୍କୁ କ୍ଷମା ମାଗିଲେ ବିଲ୍ ଗେଟ୍ସ: ରୁଷୀୟ ମହିଳାଙ୍କ ସହ ସମ୍ପର୍କ ମାନିଲେ

Advertisment

ନିକଟରେ ପ୍ରକାଶିତ ‘ଏପ୍‌ଷ୍ଟିନ୍ ଫାଇଲ୍ସ’ କୁ ନେଇ ବିବାଦ ଘେରରେ ଥିବା ବିଲ୍ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ଗେଟ୍ସ ଶେଷରେ ନିଜର ନିରବତା ଭାଙ୍ଗିଛନ୍ତି। ନିଜ ସଂସ୍ଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ କର୍ମଚାରୀମାନଙ୍କ ସହ ଆୟୋଜିତ ଏକ ଟାଉନ୍ ହଲ୍ ମିଟିଂରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

Bill Gates to attend India AI Impact Summit

Bill Gates to attend India AI Impact Summit

ନୂଆଦିଲ୍ଲୀ / ନ୍ୟୁୟର୍କ: ନିକଟରେ ପ୍ରକାଶିତ ‘ଏପ୍‌ଷ୍ଟିନ୍ ଫାଇଲ୍ସ’ କୁ ନେଇ ବିବାଦ ଘେରରେ ଥିବା ବିଲ୍ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ଗେଟ୍ସ ଶେଷରେ ନିଜର ନିରବତା ଭାଙ୍ଗିଛନ୍ତି। ନିଜ ସଂସ୍ଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ କର୍ମଚାରୀମାନଙ୍କ ସହ ଆୟୋଜିତ ଏକ ଟାଉନ୍ ହଲ୍ ମିଟିଂରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଆମେରିକାର ଚର୍ଚ୍ଚିତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ ସହ ସମ୍ପର୍କ ରଖିବା ତାଙ୍କ ଜୀବନର ଏକ ବଡ଼ ଭୁଲ୍ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାଦ ପରେ ଗେଟ୍ସ ନିକଟରେ ଅନୁଷ୍ଠିତ ଭାରତ ଏଆଇ ଇମ୍ପାକ୍ଟ ସମିଟ୍-୨୦୨୬ରେ ସାମିଲ ହୋଇନଥିଲେ। ଆଜି ଗେଟ୍ସ କହିଛନ୍ତି ଯେ ଏପ୍‌ଷ୍ଟିନ୍ ସହ ତାଙ୍କର ସମ୍ପର୍କ ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଉପରେ ଏକ କଳା ବାଦଲ ଭଳି ଘୋଟି ରହିଛି। ସେ ଏଥିପାଇଁ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।

ଏହି ଫାଇଲ୍ସରେ ଉଲ୍ଲେଖ ଥିବା ଦୁଇ ଜଣ ରୁଷୀୟ ମହିଳାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବା କଥା ସେ ମାନିଛନ୍ତି। ତେବେ ଏହି ମହିଳାମାନେ ଏପ୍‌ଷ୍ଟିନ୍ ଦ୍ୱାରା ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ସାମିଲ ନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।ଫାଇଲ୍‌ରେ ଥିବା କିଛି ଝାପ୍ସା ମୁହଁର ଫଟୋ ବିଷୟରେ ସେ କହିଛନ୍ତି ଯେ, ଏଗୁଡ଼ିକ ଏପ୍‌ଷ୍ଟିନ୍‌ଙ୍କ ସହଯୋଗୀମାନଙ୍କର ଫଟୋ, ଯାହା ସେତେବେଳେ ସାଧାରଣ ଭାବେ ଉଠାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe