ପ୍ରତିକୂଳ ପାଣିପାଗକୁ ଚାହିଁ ‘ସ୍ମାର୍ଟ’ ଉପାୟରେ ଚାଷ କରୁଛନ୍ତି ଇଥିଓପିଆର କୃଷକ

Advertisment
ପ୍ରତିକୂଳ ପାଣିପାଗକୁ ଚାହିଁ ‘ସ୍ମାର୍ଟ’ ଉପାୟରେ ଚାଷ କରୁଛନ୍ତି ଇଥିଓପିଆର କୃଷକ

ପ୍ରତିକୂଳ ପାଣିପାଗକୁ ପ୍ରତିହତ କରିବା ଲାଗି ଆଫ୍ରିକୀୟ ଦେଶ ଇଥିଓପିଆର କ୍ଷୁଦ୍ର ଚାଷୀମାନେ ଜମି ହଳ କମାଇବା ସହ ମାଟିରେ ଖତ ଦେବା ଭଳି ‘ସ୍ମାର୍ଟ’ ଉପାୟରେ ଚାଷ କରୁଛନ୍ତି। ଏମିତି ପ୍ରଣାଳୀରେ ଚାଷ କରିବାଦ୍ବାରା ମାଟିରେ ଜୈବାଂଶ ଗଚ୍ଛିତ ହୋଇ କାର୍ବନ୍‌ ପୃଥକୀକରଣ ହେଉଛି। ପ୍ରତିବଦଳରେ ବୃଦ୍ଧି ପାଉଛି ମାଟିର ଜଳଧାରଣ କ୍ଷମତା, ଯାହା ଶୁଷ୍କ ଜଳବାୟୁ ଏବଂ ଫସଲ ଫଳାଇବା ପାଇଁ ଅତ୍ୟାବଶ୍ୟକ।

କେବେଳ ଏତିକି ନୁହେଁ, ସେଠାକାର କୃଷକମାନ‌େ ପ୍ରତିକୂଳ ଜଳବାୟୁ ପରିସ୍ଥିତିକୁ ଚାହିଁ ଆଉ କିଛି ‘ସ୍ମାର୍ଟ’ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି। ସେଥିପାଇଁ ସେମାନେ ଆଞ୍ଚଳିକ ପ୍ରଜାତିର ଗୃହପାଳିତ ପ୍ରାଣୀ ପାଳନ, ଚଳାଇ ପାରିବା ଭଳି ଗୃହପାଳିତ ପ୍ରାଣୀସମ୍ପଦ ହ୍ରାସ, ସାର ପ୍ରୟୋଗ ବୃଦ୍ଧି, ଗହମ ପରିବର୍ତ୍ତେ ଯଅ ଚାଷ, ବିଲ ହିଡ଼ରେ ବୃକ୍ଷରୋପଣ, ‌‘ଡେସୋ’ ଘାସ ପଟାଳି ରୋପଣ, ଆଗୁଆ ଶସ୍ୟ ବୁଣିବା, ଖାଦ୍ୟାଭାବ ସମୟ ପାଇଁ ଖାଦ୍ୟ ସଞ୍ଚୟ ଏବଂ ସରକାରୀ କୃଷି ଅଧିକାରୀ ଏବଂ ଉନ୍ନୟନ ଏଜେଣ୍ଟମାନଙ୍କ ଠାରୁ ସୂଚନା ଓ ପରାମର୍ଶ ଗ୍ରହଣ କରୁଛନ୍ତି।

publive-image Image Courtesy of Down to Earth

‘କ୍ଲାଇମେଟ୍‌ ପଲିସ୍’ ଜର୍ଣ୍ଣାଲ୍‌ କରିଥିବା ଅଧ୍ୟୟନ ଅନୁସାରେ, କୃଷକମାନେ ଜଳବାୟୁ ପରିବର୍ତ୍ତନ ଧାରାକୁ ଲକ୍ଷ୍ୟ କରି ତାହାକୁ ସୁହାଇବା ଭଳି ଉପାୟ ସବୁ ଗ୍ରହଣ କରିଛନ୍ତି। ଇଂଲଣ୍ଡ୍‌ର ୟୁନିଭର୍ସିଟି ଅଫ୍‌ ଏବର୍‌ଡିନ୍‌ର ଡାଏନା ଫେଲିସିଆନୋଙ୍କ ନେତୃତ୍ବାଧୀନ ଏହି ଅଧ୍ୟୟନ ନିମନ୍ତେ ଗବେଷକମାନେ ଇଥିଓପିଆର ୨୫ଜଣ କ୍ଷୁଦ୍ର ଚାଷୀଙ୍କୁ ମନୋନୀତ କରି ସେମାନଙ୍କର ସାକ୍ଷାତ୍‌କାର ନେଇଥିଲେ।

ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିବା ସମସ୍ତ କୃଷକ ପାଗ ପଦ୍ଧତିକୁ ଲକ୍ଷ୍ୟ କରି ଉପଯୁକ୍ତ ବ୍ୟବସ୍ଥା କରିଥିବା କଥା କହିଥିଲେ। ସେମାନେ କହିଥିଲେ କି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ପରିମାଣ ହ୍ରାସ, ଉତ୍ତାପ ବୃଦ୍ଧି, କାଉଁଳିଆ ସମୟ ହ୍ରାସ ଏବଂ ଖରା ପଡ଼ିବା ସମୟ ବୃଦ୍ଧି ଆଦି ଘଟଣା ଘଟିଚାଲିଛି। କେତେକ କୃଷକ ଅନିଶ୍ଚିତ ପାଗ ଏବଂ ପାଣିପାଗ ଧାରା ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କେତେକ କୃଷକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe