ଶିକ୍ଷା ବିକାଶ ସମିତି ପକ୍ଷରୁ ରାଜଧାନୀରେ ପୂର୍ବଛାତ୍ର ପରିଷଦର ବୈଠକ

Advertisment

ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ଭଗବଦ୍ ଗୀତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୟାପଲ୍ଲୀ,ଭୁବନେଶ୍ଵରଠାରେ ପ୍ରାନ୍ତ ପୂର୍ବଛାତ୍ର ପରିଷଦ ଏବଂ ବିଶେଷ ଆମନ୍ତ୍ରିତ ପୂର୍ବଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।

bh

ଭୁବନେଶ୍ଵର: ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ଭଗବଦ୍ ଗୀତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୟାପଲ୍ଲୀ,ଭୁବନେଶ୍ଵରଠାରେ ପ୍ରାନ୍ତ ପୂର୍ବଛାତ୍ର ପରିଷଦ ଏବଂ ବିଶେଷ ଆମନ୍ତ୍ରିତ ପୂର୍ବଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପାରଧି, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ସଙ୍ଗଠନ ମନ୍ତ୍ରୀ ତାରକଦାସ ସରକାର ଓ ପୂର୍ବଛାତ୍ର ପାଳକ କାର୍ଯ୍ୟକର୍ତ୍ତା ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଗରିମାମୟ ଉପସ୍ଥିତ ଏବଂ ମାର୍ଗଦର୍ଶନରେ ପୂର୍ବଛାତ୍ରମାନେ ସମାଜ ସେବାରେ ଉତ୍ସର୍ଗୀକୃତ ହେବାକୁ ଅନୁପ୍ରାଣିତ ହୋଇଥିଲେ।ଏହି ସଭାରେ ପୂର୍ବଛାତ୍ରମାନଙ୍କର ସାମାଜିକ ଦାୟିତ୍ୱବୋଧ, ସାମାଜିକ କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରାଯାଇଥିଲା ।

ବିଦ୍ୟାଳୟସ୍ତରରୁ ଜିଲ୍ଲା ଓ ପ୍ରଦେଶ ସ୍ତର ପର୍ଯ୍ୟନ୍ତ ସଂଗଠିତ ହେବା ତଥା ବିଦ୍ୟାଳୟରେ ଯୋଡ଼ି ହୋଇ ତମାମ ବର୍ଷ କାର୍ଯ୍ଯ ଓ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପୂର୍ବଛାତ୍ର ସଂଗଠନର ସଂଯୋଜକ ବଜରଙ୍ଗ ପ୍ରସାଦ ସ୍ଵାଇଁ ବୈଠକ ସଞ୍ଚାଳନ କରିଥିବା ବେଳେ ସହ ସଂଯୋଜକ ରଶ୍ମିରଞ୍ଜନ ଦାଶ ମଞ୍ଚାସୀନ କାର୍ଯ୍ୟକର୍ତ୍ତାଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଅନ୍ୟତମ ସହ ସଂଯୋଜକ ପ୍ରଣୟ ପ୍ରିୟଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବଛାତ୍ର ପରିଷଦର ପାଳକ କାର୍ଯ୍ୟକର୍ତ୍ତା  ସତ୍ୟନାରାୟଣ ପଟ୍ଟନାୟକ, ଦେବେନ୍ଦ୍ର କୁମାର ପଟ୍ଟନାୟକ , ଉତ୍ତର ପୂର୍ବ ସମ୍ଭାଗ ସଂଯୋଜକ ତୁଷାର ରଞ୍ଜନ ଦାଶ ଏବଂ ପୁରୀ ବିଭାଗ ନିରୀକ୍ଷକ ନୃସିଂହ ଚରଣ ମିଶ୍ର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଓଡ଼ିଶାର ସମସ୍ତ ଜିଲ୍ଲାରୁ ୫୦ ସଂଖ୍ୟକ ପୂର୍ବଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।

zx

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe