ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯା‌ୟୀ, ବ୍ରହ୍ମପୁର ସ୍ଥିତ ଚକବନ୍ଦୀ ଏବଂ ବନ୍ଦୋବସ୍ତ କାର୍ଯ୍ୟାଳୟର ଅତିରିକ୍ତ କମିସନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ବରସ୍ଥିତ ଚକବନ୍ଦୀ ଏବଂ ବନ୍ଦବୋସ୍ତ କାର୍ଯ୍ୟାଳୟର କମିସନର ଭାବେ ବଦଳି ହୋଇଛି। ସେହିପରି ଓଏସ୍‌ଆର୍‌ଟିସିର ମହାପ୍ରବନ୍ଧକ ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ, ଓଡ଼ିଶା ରାଜ୍ୟ ହାଉସିଂବୋର୍ଡର ଭୂ-ଅଧିକାରୀ ଆରାଧନା ଦାସଙ୍କୁ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସ୍ମିତା ବିଶ୍ବାଳଙ୍କର ଆଡିସିନାଲ ରିଭିଜିନାଲ କୋର୍ଟର ଅତିରିକ୍ତ କମିସନର ଭାବେ ପୂର୍ବରୁ ବଦଳି ହୋଇଥିବାବେଳେ ତାହାକୁ ଏବେ ବାତିଲ୍ କରାଯାଇଛି।

ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଶିକେଶନ ଦେହୁରୀଙ୍କୁ ଓଏସ୍‌ଆର୍‌ଟିସିର ମହାପ୍ରବନ୍ଧକ, ଖୋର୍ଦ୍ଧାର ଅତିରିକ୍ତ ଉପଜିଲ୍ଲାପାଳ ରଶ୍ମିତା ରାଣୀ ତରାସିଆଙ୍କୁ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡର ସଚିବ, ବଣାଇ ଆଇଟିଡିଏ ପି.ଏ ଲଲାଟ କୁମାର ଲୁହାଙ୍କୁ ବରଗଡ଼ର ଉପଜିଲ୍ଲାପାଳ, ନବରଙ୍ଗପୁର ଆଇଟିଡିଏ ପି.ଏ ଅଭିମନ୍ୟୁ ମାଝୀଙ୍କୁ ପାନପୋଷ ଉପଜିଲ୍ଲାପାଳ, ଟାଙ୍ଗୀର ପୂର୍ବତନ ବିଡିଓ ଅକ୍ଷୟ କୁମାର ରାଉତଙ୍କୁ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ, ସୋରୋ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ମୟୂରଭଞ୍ଜ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଆଡମିନ୍), ରାମନାଗୁଡ଼ାର ବିଡିଓ ବେଣୁଧର ଶବରଙ୍କୁ ନବରଙ୍ଗପୁର ଆଇଟିଡିଏର ପି.ଏ ଭାବେ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe