ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଶନିବାର ଦିନ ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ରଙ୍କୁ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ବଦଳି କରାଯାଇଛି।

ସେହିପରି ଗୃହ ବିଭାଗର ପୂର୍ବତନ ଅତିରିକ୍ତ ସଚିବ ବିଭୂତି ଭୂଷଣ ମିଶ୍ରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଅତିରିକ୍ତ ନିର୍ଦ୍ଦେଶକ, ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଯୁଗ୍ମ କମିସନର ପ୍ରଦୀପ କୁମାର ନାୟକଙ୍କୁ ଭୁବନେଶ୍ବରସ୍ଥିତ ଆଡିସନାଲ ରିଭିଜିନାଲ କୋର୍ଟର ଅତିରିକ୍ତ କମିସନର, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗର ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଧରଣୀଧର ନନ୍ଦଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ, ଢେଙ୍କାନାଳ ଜିଲ୍ଲା ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଏଡିଏମ୍ ଭାବେ ବଦଳି ହୋଇଛି। ଏହାସହ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କର ଖୋର୍ଦ୍ଧା ଏଡିଏମ୍‌ ଭାବେ ବଦଳି ହୋଇଥିବା ପୂର୍ବ ନିର୍ଦ୍ଦେଶନାମାକୁ ବାତିଲ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe