ବିଜେପି ଦଖଲକୁ ଯାଇପାରେ ବରଗଡ଼ ଲୋକସଭା ଆସନ; ୭ ବିଧାନସଭା ଆସନରୁ ୫ଟିରେ ବିଜୟୀ ହୋଇପାରେ ବିଜେଡି,୨ଟିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

Advertisment
ବିଜେପି ଦଖଲକୁ ଯାଇପାରେ ବରଗଡ଼ ଲୋକସଭା ଆସନ; ୭ ବିଧାନସଭା ଆସନରୁ ୫ଟିରେ ବିଜୟୀ ହୋଇପାରେ ବିଜେଡି,୨ଟିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ବରଗଡ଼: ବିଜେପି ଦଖଲକୁ ଯାଇପାରେ ବରଗଡ଼। ବରଗଡ ଲୋକସଭା ଆସନରେ ବିଜେଡିକୁ ଲାଗିପାରେ ବଡ ଝଟକା। ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍‌ ଦେଇ ବିଜେପିର ସୁରେଶ ପୂଜାରୀ ଯାଇପାରନ୍ତି ସଂସଦ। ପ୍ରତିଥର ସାଂସଦ ବଦଳାଉଥିବା ବରଗଡବାସୀ ଚଳିତଥର ବିଜେପି ଉପରେ ଭରସା କରିପାରନ୍ତି। ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲରେ ଏଭଳି ସଂକେତ ଦେଖିବାକୁ ମିଳିଛି।

ବିଜେପି ଲୋକସଭା ଆସନକୁ ଦଖଲ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ବିଧାନସଭାରେ ସେଭଳି ସଫଳତା ପାଇନପାରେ। ୭ ଆସନ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇପାରେ। ସେହିଭଳି ବଳକା ୨ଟି ଆସନରେ ବିଜେପି ଓ କଂଗ୍ରେସକୁ କଡା ଟକ୍କର ଦେଇପାରେ।

publive-image

ପଦ୍ମପୁର ଓ ବ୍ରଜରାଜନଗରରେ ବିଜେପିକୁ କଡା ଟକ୍କର ଦେଇପାରେ ବିଜେଡି ଓ କଂଗ୍ରେସ। ଏହି ଆସନରେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲରେ ସାମ୍ନାକୁ ଆସିନାହିଁ।

ସେହିଭଳି ବଳକା ଥିବା ୫ଟି ଆସନରେ ବାଜି ମାରିପାରେ ବିଜେଡି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବିଜେପୁର ଆସନ ମଧ୍ୟ ରହିଛି। ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରୁ ନବୀନ ନିର୍ବାଚନ ଲଢୁଥିବାରୁ ବିଧାନସଭା ନିର୍ବାଚନ ଲଢେଇରେ ଫାଇଦାରେ ରହିପାରେ ବିଜେଡି। ଏହାଛଡା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ନବ ଦାସ ମଧ୍ୟ ଝାରସୁଗୁଡା ଆସନରୁ ବିଜୟୀ ହୋଇପାରନ୍ତି ବୋଲି ଏକଜିଟ୍‌ ପୋଲରେ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe