ଫଳାଫଳ ବାହାରିବା ପୂର୍ବରୁ ଜଣାପଡ଼ିବ କି କେଉଁ ଦଳ ଗଢ଼ିବ ସରକାର! ଆଉ ମାତ୍ର ଘଣ୍ଟା କେଇଟାକୁ ଅପେକ୍ଷା

Advertisment
ଫଳାଫଳ ବାହାରିବା ପୂର୍ବରୁ ଜଣାପଡ଼ିବ କି କେଉଁ ଦଳ ଗଢ଼ିବ ସରକାର! ଆଉ ମାତ୍ର ଘଣ୍ଟା କେଇଟାକୁ ଅପେକ୍ଷା

ନୂଆଦିଲ୍ଲୀ: ଆଉ ମାତ୍ର କେତେ ଘଣ୍ଟା ପରେ ସରିବ ମତଦାନ। ଏବେ ଏକ୍‌ଜିଟ୍‌ ପୋଲ୍‌ ଉପରେ ରହିଛି ସାରା ଦେଶର ନଜର। ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ସଂଧ୍ୟା ୬.୩୦ ପୂର୍ବରୁ କୌଣସି ବି ସଂସ୍ଥା ଏକ୍‌ଜିଟ୍‌ ପୋଲ୍‌ କରିପାରିବେ ନାହିଁ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିର୍ବାଚନ ଆରମ୍ଭ ଦିନ ଅର୍ଥାତ ଏପ୍ରିଲ୍‌ ୧୧ ତାରିଖ ସକାଳ ୭ଟାରୁ ନେଇ ନିର୍ବାଚନ ଶେଷ ମେ ୧୯ ତାରିଖ ସଂଧ୍ୟା ୬.୩୦ ଭିତରେ ଏକ୍‌ଜିଟ୍‌ ପୋଲ୍‌ ହୋଇପାରିବ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ଏଣୁ, ଆଜି ମତଦାନ ଶେଷ ହେବା ପରେ ୬.୩୦ରେ ଏକ୍‌ଜିଟ୍‌ ପୋଲ୍‌ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଅନେଇ ବସିଛନ୍ତି।

କେବଳ ଲୋକସଭା ନୁହେଁ ଆଜି ୪ଟି ବିଧାନସଭା ନିର୍ବାଚନ ପାଇଁ ବି ଏକ୍‌ଜିଟ୍‌ ପୋଲ୍‌ କରାଯିବ। ସଂଧ୍ୟା ୬.୩୦ ପରେ ‘ସମ୍ବାଦ’ ଓ ‘କନକ’ରେ ବୁଥ୍‌ ବାହୁଡ଼ା ମତ ଆଜି ଦେଖିବାକୁ ମିଳିବ। କେନ୍ଦ୍ରରେ କିଏ ସରକାର ଗଢ଼ିବେ ଓ ରାଜ୍ୟରେ କିଏ ସରକାର ଗଢ଼ିବେ ବୋଲି ରାଜ୍ୟବାସୀଙ୍କ ମନରେ ସ୍ୱତନ୍ତ୍ର ଉତ୍ସୁକତା ଦେଖିବାକୁ ମିଳିଛି।

ଓଡ଼ିଶା ଇତିହାସରେ ‘ସମ୍ବାଦ’ ଓ ‘କନକ’ ପକ୍ଷରୁ ହୋଇଛି ସବୁଠାରୁ ବଡ଼ ବାହୁଡ଼ା ମତ। ୫୦୦ରୁ ଅଧିକ ରିପୋର୍ଟର ୧୨୦୦ରୁ ଊର୍ଧ୍ୱ ସ୍ୱେଚ୍ଛାସେବୀଙ୍କ ସହ ମିଳି ଏହି ମତ ସଂଗ୍ରହ କରିଛନ୍ତି। ଏହାରି ଅଧାରରେ ୧୪୭ଟି ବିଧାନସଭା ପାଇଁ ଫଳାଫଳ ଆକଳନ କରାଯାଇଛି। ଫଳାଫଳ ବାହାରିବାର ୪ ଦିନ ପୂର୍ବରୁ ମିଳିପାରେ ପୂର୍ବାଭାଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe