ବିସ୍ପୋରକ ଭର୍ତି ପିକଅପ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ଫେରାର

Advertisment

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକରେ ବିସ୍ପୋରକ ଭର୍ତି ଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ଚାଳକ ଫେରାର ହୋଇଯାଇଛି।

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକରେ ବିସ୍ପୋରକ ଭର୍ତି ଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ଚାଳକ ଫେରାର ହୋଇଯାଇଛି।

soro

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକରେ ବିସ୍ପୋରକ ଭର୍ତି ଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। 

ସୂଚନା ଅନୁସାରେ ଗତକାଲି ରାତି ୧୧ଟାରେ ବିସ୍ପୋରକ ସାମଗ୍ରୀ (ଜିଲୋଟିନ) ଭର୍ତିଥିବା ଓଡି ୦୧ ଇୟୁ ୦୯୧୭ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନଟି ଭୁବନେଶ୍ୱରରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା  ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଗାଡ଼ିଟିକୁ ଜବତ କରି ସୋର ଥାନାକୁ ନେଇଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଥିଲା। ଉକ୍ତ ବିସ୍ପୋରକ ଗାଡ଼ିଟି ବାଗୁଡ଼ି ପଥର ଖଦାନକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗତକାଲି ରାତି ୧୧ଟାରେ ବିସ୍ପୋରକ ସାମଗ୍ରୀ (ଜିଲୋଟିନ) ଭର୍ତିଥିବା ଓଡି ୦୧ ଇୟୁ ୦୯୧୭ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନଟି ଭୁବନେଶ୍ୱରରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା  ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଗାଡ଼ିଟିକୁ ଜବତ କରି ସୋର ଥାନାକୁ ନେଇଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଥିଲା। ଉକ୍ତ ବିସ୍ପୋରକ ଗାଡ଼ିଟି ବାଗୁଡ଼ି ପଥର ଖଦାନକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

 ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଏହି ବିସ୍ପୋରକ ବ୍ୟବହାର କରି ମାଫିଆମାନେ ବନ୍ଦ ଥିବା ଖାଦାନରୁ କୋଟି କୋଟି ଟଙ୍କାର ପଥର ଲୁଟ୍ କରୁଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe