ଜେଲ୍‌ଗଲା ନକଲି ସୁନା ବେପାରୀ, ଗ୍ୟାଙ୍ଗ୍‌ ଧରିବାକୁ ରାଞ୍ଚିରେ ରାଉରକେଲା ପୁଲିସ୍

Advertisment

ନକଲି ହଲ୍‌ମାର୍କ ସୁନାକୁ ବଦଳାଇ ଅସଲି ସୁନା ନେବାକୁ ଯୋଜନା କରୁଥିବା ରାଞ୍ଚିର ଜଣେ ବେପାରୀଙ୍କୁ ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଝାଡ଼ଖଣ୍ଡ ରାଞ୍ଚି ଶିବନଗର ଝିରି ଅଞ୍ଚଳର ସନ୍ତୋଷ ସାଓ (୩୯)। ଗୁରୁବାର ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।

Updated On

ନକଲି ହଲ୍‌ମାର୍କ ସୁନାକୁ ବଦଳାଇ ଅସଲି ସୁନା ନେବାକୁ ଯୋଜନା କରୁଥିବା ରାଞ୍ଚିର ଜଣେ ବେପାରୀଙ୍କୁ ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଝାଡ଼ଖଣ୍ଡ ରାଞ୍ଚି ଶିବନଗର ଝିରି ଅଞ୍ଚଳର ସନ୍ତୋଷ ସାଓ (୩୯)। ଗୁରୁବାର ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।

ଅଦ୍ୟତନ ହୋଇଛି
xcf

ରାଉରକେଲା: ନକଲି ହଲ୍‌ମାର୍କ ସୁନାକୁ ବଦଳାଇ ଅସଲି ସୁନା ନେବାକୁ ଯୋଜନା କରୁଥିବା ରାଞ୍ଚିର ଜଣେ ବେପାରୀଙ୍କୁ ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଝାଡ଼ଖଣ୍ଡ ରାଞ୍ଚି ଶିବନଗର ଝିରି ଅଞ୍ଚଳର ସନ୍ତୋଷ ସାଓ (୩୯)। ଗୁରୁବାର ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ଅଭିଯୁକ୍ତଠାରୁ ୨୫ ଗ୍ରାମ୍‌ ନକଲି ସୁନା, ୨୫୦ ଗ୍ରାମ୍‌ ରୁପା, ୨୦ ହଜାର ନଗଦ ଟଙ୍କା ଓ ମୋବାଇଲ୍‌ ସହ ଗୋଟିଏ ଚୋରି ସୁନାମୁଦି ଜବତ ହୋଇଛି। 

ନକଲି ସୁନାବେପାରୀ ସନ୍ତୋଷ ସାଓ ବୁଧବାର ଦିନ ସାଢ଼େ ୧୨ଟାରେ ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ ଏମ୍‌ଏନ୍ ଅଳଙ୍କାର ପ୍ୟାଲେସ୍‌ରେ ପହଞ୍ଚିଥିଲା। ପ୍ରଥମେ ଗୋଟିଏ ମଙ୍ଗଳ ସୂତ୍ର, ଦୁଇଟି କାନଫୁଲ ଓ ଗୋଟିଏ ସିନ୍ଥି ବଦଳାଇବା ସହ କିଛି ନୂଆ ସୁନା ନେବାକୁ ଦୋକାନ କର୍ମଚାରୀଙ୍କୁ କହିଥିଲା। କର୍ମଚାରୀ ଜଣକ ମଙ୍ଗଳସୂତ୍ର ଧରିବା ପରେ ନକଲି ବୋଲି ଜାଣି ପାରିଥିଲେ। ଅସଲି କି ନକଲି ଜାଣିବାକୁ ମଙ୍ଗଳସୂତ୍ରକୁ ଯାଞ୍ଚ ମେସିନ୍‌ରେ ପକାଇଥିଲେ। ଯାଞ୍ଚରୁ ନକଲି ସୁନା ବୋଲି ସ୍ପଷ୍ଟ ହୋଇଥିଲା। କର୍ମଚାରୀ ମଙ୍ଗଳସୂତ୍ର ନକଲି ବୋଲି କହିବାରୁ ବେପାରୀ ଜଣକ ଧରାପଡ଼ିଯିବା ଭୟରେ ନିଜର ନକଲି ସୁନା ଅଳଙ୍କାର ଧରି ସୋ’ରୁମ୍‌ରୁ ବାହାରି ଯାଇଥିଲା। ବେପାରୀଜଣକ ଯିବା ପରେ ସୋ’ରୁମ୍‌ ମାଲିକ ରଞ୍ଜୟ ପ୍ରସାଦ ନକଲି ସୁନା ଓ ଉକ୍ତ ବେପାରୀର ଫଟୋକୁ ସୁନା ବ୍ୟବସାୟୀଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଛାଡ଼ି ଦେଇଥିଲେ। ଏଭଳି କେହି ନକଲି ବେପାରୀ ଗଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କହିଥିଲେ। ବେପାରୀ ଜଣକ ଏମ୍‌ଏନ୍‌ ଅଳଙ୍କାର ପ୍ୟାଲେସ୍‌ ପରେ ରାଉରକେଲା ମେନ୍‌ରୋଡସ୍ଥ ‘ଜୟହିନ୍ଦ ଜୁଏଲର୍ସ’କୁ ଯାଇଥିଲା। ମାତ୍ର ଗ୍ରାହକଙ୍କ ଭିଡ଼ ଥିବାରୁ ଦୋକାନ ଭିତରେ ପଶିବା ପରେ ପୁଣି ବାହାରି ଯାଇଥିଲା। ସେଠାରୁ ‘ଅଗ୍ରୱାଲ ଜୁଏର୍ଲସ’କୁ ଯାଇଥିଲା। ସେଠାରେ ପୂର୍ବପରି ନକଲି ସୁନା ବଦଳାଇ କିଛି ନୂଆ ସୁନା ଅଳଙ୍କାର ନେବାକୁ ସୋ’ରୁମ୍‌ ମାଲିକଙ୍କୁ କହିଥିଲା। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ପଡ଼ିଥିବା ବେପାରୀର ଫଟୋ ଓ ଅଳଙ୍କାରରୁ ସୋ’ରୁମ୍‌ ମାଲିକ ତାକୁ ଚିହ୍ନି ପାରିଥିଲେ। ଏହାପରେ ମାଲିକ ଓ କର୍ମଚାରୀ ବେପାରୀକୁ ଧରି ପୁଲିସକୁ ସୂଚନା ଦେଇଥିଲେ।
 

 ସୂଚନାନୁଯାୟୀ, ନକଲି ସୁନାବେପାରୀ ସନ୍ତୋଷ ସାଓ ବୁଧବାର ଦିନ ସାଢ଼େ ୧୨ଟାରେ ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ ଏମ୍‌ଏନ୍ ଅଳଙ୍କାର ପ୍ୟାଲେସ୍‌ରେ ପହଞ୍ଚିଥିଲା। ପ୍ରଥମେ ଗୋଟିଏ ମଙ୍ଗଳ ସୂତ୍ର, ଦୁଇଟି କାନଫୁଲ ଓ ଗୋଟିଏ ସିନ୍ଥି ବଦଳାଇବା ସହ କିଛି ନୂଆ ସୁନା ନେବାକୁ ଦୋକାନ କର୍ମଚାରୀଙ୍କୁ କହିଥିଲା। କର୍ମଚାରୀ ଜଣକ ମଙ୍ଗଳସୂତ୍ର ଧରିବା ପରେ ନକଲି ବୋଲି ଜାଣି ପାରିଥିଲେ। ଅସଲି କି ନକଲି ଜାଣିବାକୁ ମଙ୍ଗଳସୂତ୍ରକୁ ଯାଞ୍ଚ ମେସିନ୍‌ରେ ପକାଇଥିଲେ। ଯାଞ୍ଚରୁ ନକଲି ସୁନା ବୋଲି ସ୍ପଷ୍ଟ ହୋଇଥିଲା। କର୍ମଚାରୀ ମଙ୍ଗଳସୂତ୍ର ନକଲି ବୋଲି କହିବାରୁ ବେପାରୀ ଜଣକ ଧରାପଡ଼ିଯିବା ଭୟରେ ନିଜର ନକଲି ସୁନା ଅଳଙ୍କାର ଧରି ସୋ’ରୁମ୍‌ରୁ ବାହାରି ଯାଇଥିଲା। ବେପାରୀଜଣକ ଯିବା ପରେ ସୋ’ରୁମ୍‌ ମାଲିକ ରଞ୍ଜୟ ପ୍ରସାଦ ନକଲି ସୁନା ଓ ଉକ୍ତ ବେପାରୀର ଫଟୋକୁ ସୁନା ବ୍ୟବସାୟୀଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଛାଡ଼ି ଦେଇଥିଲେ। ଏଭଳି କେହି ନକଲି ବେପାରୀ ଗଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କହିଥିଲେ। ବେପାରୀ ଜଣକ ଏମ୍‌ଏନ୍‌ ଅଳଙ୍କାର ପ୍ୟାଲେସ୍‌ ପରେ ରାଉରକେଲା ମେନ୍‌ରୋଡସ୍ଥ ‘ଜୟହିନ୍ଦ ଜୁଏଲର୍ସ’କୁ ଯାଇଥିଲା। ମାତ୍ର ଗ୍ରାହକଙ୍କ ଭିଡ଼ ଥିବାରୁ ଦୋକାନ ଭିତରେ ପଶିବା ପରେ ପୁଣି ବାହାରି ଯାଇଥିଲା। ସେଠାରୁ ‘ଅଗ୍ରୱାଲ ଜୁଏର୍ଲସ’କୁ ଯାଇଥିଲା। ସେଠାରେ ପୂର୍ବପରି ନକଲି ସୁନା ବଦଳାଇ କିଛି ନୂଆ ସୁନା ଅଳଙ୍କାର ନେବାକୁ ସୋ’ରୁମ୍‌ ମାଲିକଙ୍କୁ କହିଥିଲା। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ପଡ଼ିଥିବା ବେପାରୀର ଫଟୋ ଓ ଅଳଙ୍କାରରୁ ସୋ’ରୁମ୍‌ ମାଲିକ ତାକୁ ଚିହ୍ନି ପାରିଥିଲେ। ଏହାପରେ ମାଲିକ ଓ କର୍ମଚାରୀ ବେପାରୀକୁ ଧରି ପୁଲିସକୁ ସୂଚନା ଦେଇଥିଲେ।

 ପୁଲିସ ବେପାରୀକୁ ଥାନାକୁ ନେଇ ତନାଘନା କରିବା ପରେ କୋର୍ଟଚାଲାଣ କରିଛି। ସେହିପରି ନକଲି ସୁନା ବ୍ୟବସାୟୀ ଗ୍ୟାଙ୍ଗ୍‌କୁ ଠାବ କରିବାକୁ ରାଉରକେଲା ପୁଲିସର ଏକ ସ୍ପତନ୍ତ୍ର ଟିମ୍‌କୁ ରାଞ୍ଚି ପଠାଯାଇଛି। ଏହି ଘଟଣାର ପର୍ଦ୍ଦାଫାଶ ପରେ ଏସ୍‌ପି ସୁନା ଦୋକାନୀମାନଙ୍କୁ ସେମାନଙ୍କ ସତର୍କତା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe