ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲାଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦେଶକ୍ରମେ ବେତନଟୀ ଅବକାରୀ ଥାନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ମୋବାଇଲ ଟିମ ସହାୟତାରେ ମଙ୍ଗଳବାର ସକାଳେ ବୈଶିଙ୍ଗା ଥାନା ଅଧୀନ ହାତୀଝୁରି ଗ୍ରାମରେ ଚଢ଼ାଉକରି ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ପୂର୍ବକ ଅଭିଯୁକ୍ତକୁ ଗିରଫ କରାଯାଇଛି l ତେବେ ଏହି ମାମଲାର ମୁଖ୍ୟ କାର୍ପଟଦାର ଫେରାର ଅଛି l ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଉଛି ସେହି ହାତୀଝୁରି ଗ୍ରାମର ପଦ୍ମଲୋଚନ ସିଂଙ୍କ ପୁଅ ବାପୁନି ଓରଫ ଧନଞ୍ଜୟ ସିଂl 

Advertisment

ଆହୁରି ପଢ଼ନ୍ତୁ:ଦୀପାବଳିରେ ଅଘଟଣ: ହାତରେ ବାଣ ଫୁଟି ଦୁଇ ଯୁବକ ଗୁରୁତର

ଗିରଫ ଅଭିଯୁକ୍ତ ଧନଞ୍ଜୟ ସିଂର ବୈଶିଙ୍ଗା ବଜାର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ହୋଟେଲ ଥିବାବେଳେ ସେ ନକଲି ବିଦେଶୀ ମଦ କାରବାର କରିଆସୁଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା l ଏହାପରେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ମୋବାଇଲ ଟିମ ସହାୟତାରେ ଅଭିଯୁକ୍ତ ବାପୁନି ଓରଫ ଧନଞ୍ଜୟ ସିଂର ହାତୀଝୁରିସ୍ଥିତ ଘରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଘରବାଡ଼ି ପଛରେ ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀମଦ ଜବତ କରିଥିଲେ l ଅବକାରୀ ବିଭାଗ ସେଠାରୁ ଭାରତ ବାହାରେ ବିକ୍ରୟ ପାଇଁ ଉଦିଷ୍ଟ ୫୪ଟି ବୋତଲରେ ଭର୍ତ୍ତି ୪୦ ଲିଟରରୁ ଊର୍ଦ୍ଧ୍ୱ ନକଲି ବିଷାକ୍ତ ବିଦେଶୀ ମଦ ଜବତ କରିଥିବା ବେଳେ ବିଭିନ୍ନ କମ୍ପାନିର ଦୁଇଶହ ପାଖାପାଖି ଖାଲି ମଦ ବୋତଲ ଜବତ କରିଛନ୍ତି l

 ଆହୁରି ପଢ଼ନ୍ତୁ:ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ପତ୍ନୀ ରହୁଥିବା ଘର ଜାଳିଦେଲେ

ତଦନ୍ତକୁ ବ୍ୟାପକ କରିଛି ଅବକାରୀ ବିଭାଗ

ନଡପୁର ଉପକଣ୍ଠ କଇଁଫୁଲିଆ ଗ୍ରାମର ଯଦୁ ନାମକ ଯୁବକ ଏହି ନକଲି ବିଷାକ୍ତ ବିଦେଶୀମଦ ଯୋଗାଉଥିବାନେଇ ଗିରଫ ଅଭିଯୁକ୍ତ ବାପୁନି ଓରଫ ଧନଞ୍ଜୟ ଅବକାରୀ ବିଭାଗ ଆଗରେ ବୟାନ ଦେଇଛିl ଏନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଏହି ନକଲି ବିଷାକ୍ତ ମଦ କାରବାରରେ ସମ୍ପୃକ୍ତ ରାକେଟର ପର୍ଦାଫାଶ କରିବାକୁ ତଦନ୍ତକୁ ବ୍ୟାପକ କରିଛି ବିଭାଗ l

Crime