ଜଗତସିଂହପୁର: ଦୀପାବଳିରେ ଅଘଟଣ, ଦୁଇ ଗୁରୁତର। ହାତରେ ବାଣ ଫୁଟି ଜଣେ ଯୁବକଙ୍କର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକଙ୍କ କାନକୁ ଶୁଣା ଯାଉନାହିଁ। ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲକୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତିରେ।
ଆହୁରି ପଢ଼ନ୍ତୁ:ଚାଇନା ବାଣ ଛିଣ୍ଡାଇଲା ଯୁବକଙ୍କ ହାତ ପାପୁଲି
ଦୀପାବଳିରେ ବାଣ ଫୁଟାଇବା ସମୟରେ ଅଭାବନୀୟ ଘଟଣା
ସାଙ୍ଗମାନଙ୍କ ସହ ମିଶି ଦୀପାବଳିରେ ବାଣ ଫୁଟାଇବା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହାତ ପାପୁଲି ନଥିବା ଗୁରୁତର ଯୁବକ ହେଲେ ଷଣ୍ଢକୁଦ ବସ୍ତିର ସମୀର ବେହେରା ଓ ଅନ୍ୟ ଜଣେ ଆହତ କାନକୁ ଶୁଣା ଯାଉନଥିବା ଯୁବକ ସେହି ବସ୍ତିର ଶୁଭନାଥ ମହାନ୍ତି।
ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି
ତେଣେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ଦୀପାବଳିରେ ଅଘଟଣ ଘଟିଛି। ବାଣ ଫୁଟାଉଥିବା ବେଳେ ପୁଣି ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ବାବୁ ମହାନ୍ତି।
ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଗତକାଲି ସନ୍ଧ୍ୟାରେ ଘର ନିକଟରେ ଚାଇନା ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ହାତରୁ ପାପୁଲି ଛିଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଆହୁରି ପଢ଼ନ୍ତୁ:ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନ ମୃତ, ୫ ଗୁରୁତର
ତେଣେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇଙ୍କ ଜୀବନ ଯାଇଛି। ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।
Diwali
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/09/scb-2025-09-09-02-31-49.jpg)