ନାବାଳକ ପୁଅ ନିଖୋଜ ନେଇ ବୈପାରିଗୁଡା ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ରାମଗିରି ଫାଣ୍ଡି ଅଧୀନସ୍ଥ ଟେଣ୍ଡକା ପଦର ଗ୍ରାମର ନିଲୁ ସାନ୍ତାଙ୍କ ୧୪ ବର୍ଷର ନାବାଳକ ପୁଅ ଭଗବାନ ସାନ୍ତା ଜୁଲାଇ ମାସ ୧୯ ତାରିଖ ଦିନ ସକାଳ ୯ଟା ସମୟରେ ଚୁଟି କାଟିବା ପାଇଁ କହି ଘରୁ ରାମଗିରି ବାହାରିଥିଲା। କିନ୍ତୁ ଆଉ ଘରକୁ ଫେରିନଥିଲେ।

Untitled

ବୈପାରିଗୁଡା: ବୈପାରିଗୁଡା ବ୍ଲକର ରାମଗିରି ଫାଣ୍ଡି ଅଧୀନସ୍ଥ ଟେଣ୍ଡକା ପଦର ଗ୍ରାମର ନିଲୁ ସାନ୍ତାଙ୍କ ୧୪ ବର୍ଷର ନାବାଳକ ପୁଅ ଭଗବାନ ସାନ୍ତା ଜୁଲାଇ ମାସ ୧୯ ତାରିଖ ଦିନ ସକାଳ ୯ଟା ସମୟରେ ଚୁଟି କାଟିବା ପାଇଁ କହି ଘରୁ ରାମଗିରି ବାହାରିଥିଲା। କିନ୍ତୁ ଆଉ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅର କୌଣସି ଖୋଜଖବର ମିଳିନଥିଲା। ପୁଅର ନିଖୋଜ ଥିବା ନେଇ ରାମଗିରି ଫାଣ୍ଡିରେ ଏତଲା ଦେଇଥିଲେ ବାପା ନିଲୁ ସାନ୍ତା। କିନ୍ତୁ ପୁଅ ନିଖୋଜର ୧୬ ଦିନ ପରେ ମଧ୍ୟ ପୁଲିସ ଖୋଜିବାରେ ବିଫଳ ହୋଇଥିଲା।

ରାମଗିରି ଫାଣ୍ଡି ପୁଲିସର ବିଫଳତା ପରେ ଗ୍ରାମବାସୀ ଏକଜୁଟ ହୋଇ ଏକ ବୈଠକ ବସିଥିଲେ। ବୈଠକରେ ଜଣାପଡିଥିଲା ଯେ ପୁଅ ଭଗବାନ ସେହି ଗ୍ରାମର ଜଣେ ସାଙ୍ଗଙ୍କ ସହିତ ଜୟପୁର ଯାଇଥିଲା। ବୈଠକରେ ସେହି ସାଙ୍ଗକୁ ଡ଼ାକି ପଚରାଉଚରା କରାଯିବାରୁ ସେ ବିଭିନ୍ନ ଠିକଣା ବଦଳାଇ ଶେଷରେ ରାୟଗଡ଼ାରେ ଥିବା କହିଥିଲା। ଗ୍ରାମବାସୀ ଏବଂ ପରିବାର ଲୋକେ ରାମଗିରି ଫାଣ୍ଡି ପୁଲିସ୍ ଠାରୁ ନିରାଶ ହୋଇ ବୈପାରିଗୁଡା ଥାନାର ଦ୍ବାରସ୍ଥ ହୋଇଥିଲେ। ବୈପାରିଗୁଡା ଥାନା ଆଇଆଇସି ରଶ୍ମି ରଂଜନ ପ୍ରଧାନ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ପୁଅ ଭଗବାନଙ୍କୁ ଖୋଜିବା ପାଇଁ ରାୟଗଡ଼ା ପଠାଇବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe