କୋହଲିଙ୍କୁ ଦେଖିବାକୁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଲେ କୁନି ଫ୍ୟାନ

ବିରାଟ କୋହଲିଙ୍କ ଜଣେ କୁନି ପ୍ରଶଂସକଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ୍ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି।

kohli fan

କାନପୁର: ଉତ୍ତରପ୍ରଦେଶର କାନପୁରରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ୍ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଚାଲିଛି ଯେଉଁଥିରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ବ୍ୟାଟରୁ ଏକ ଶତକ ଆଶା କରୁଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କ ଜଣେ କୁନି ପ୍ରଶଂସକଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ୍ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ଭାରତରେ କ୍ରିକେଟ୍ ପାଇଁ କ୍ରେଜ୍ କେତେ ତାହା ତ ଆପଣ ଜାଣିଥିବେ | ବିରାଟ କୋହଲିଙ୍କୁ ତାଙ୍କର ଆଦର୍ଶ ବୋଲି ବିବେଚନା କରୁଥିବା ୧୫ ବର୍ଷୀୟ କାର୍ତ୍ତିକେୟ ଟିକେ ଝଲକ ପାଇବାକୁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଥିଲେ | ଉତ୍ତରପ୍ରଦେଶର ଉନ୍ନାଓରୁ ଆସିଥିବା କାର୍ତ୍ତିକେୟ ବିରାଟ କୋହଲିଙ୍କୁ ଦେଖିବାକୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମକୁ ଯାଇଥିଲେ। କାର୍ତ୍ତିକେୟ ସକାଳ ୪ଟାରୁ ତାଙ୍କ ସାଇକେଲରେ ଯାତ୍ରା ଆରମ୍ଭ କରି ଷ୍ଟାଡିୟମରେ ଠିକ୍ ସମୟରେ ପହଞ୍ଚିଥିଲେ।

ଉଲ୍ଲେଖ ଥାଉ କି କାନପୁରର ଗ୍ରୀନପାର୍କଠାରେ ଖେଳାଯାଉଥିବା ଭାରତ-ବାଲାଂଦେଶ ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନ  ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ଓ୍ବିକେଟ ହରାଇ ୧୦୭ ରନ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe