ଟ୍ରାକ୍ଟର ଓଲଟି ଚାଷୀ ମୃତ

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଖଲିଆ ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଚାଷୀ ହେଉଛନ୍ତି ଗାଁର ଅନିଲ ପଟେଲ। ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Dead

ଟାଙ୍ଗରପାଲି: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଖଲିଆ ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଚାଷୀ ହେଉଛନ୍ତି ଗାଁର ଅନିଲ ପଟେଲ।

ଅନିଲ ନିଜକ୍ଷେତରେ ଟ୍ରାକ୍ଟରରେ ହଳ କରୁଥିଲେ। ହଠାତ୍‌ ଟ୍ରାକ୍ଟରଟି କାଦୁଅରେ ଫସି ଯାଇଥିଲା। ଅନିଲ ଟ୍ରାକ୍ଟରକୁ ସେ କାଦୁଅରୁ ବାହାର କରୁଥିବାବେଳେ ସେଇଟି ଓଲଟି ପଡ଼ିଥିଲା। ଫଳରେ ଅନିଲ ଟ୍ରାକ୍ଟରତଳେ କାଦୁଅରେ ଚାପି ହୋଇଯାଇଥିଲେ। ସ୍ଥାନୀୟଲୋକେ ଦୌଡ଼ି ଆସି ତାଙ୍କୁ ଟ୍ରାକ୍ଟରତଳୁ ବାହାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସୂଚନା ମୁତାବକ, ଗୁରୁବାର ସକାଳେ ଅନିଲ ନିଜକ୍ଷେତରେ ଟ୍ରାକ୍ଟରରେ ହଳ କରୁଥିଲେ। ହଠାତ୍‌ ଟ୍ରାକ୍ଟରଟି କାଦୁଅରେ ଫସି ଯାଇଥିଲା। ଅନିଲ ଟ୍ରାକ୍ଟରକୁ ସେ କାଦୁଅରୁ ବାହାର କରୁଥିବାବେଳେ ସେଇଟି ଓଲଟି ପଡ଼ିଥିଲା। ଫଳରେ ଅନିଲ ଟ୍ରାକ୍ଟରତଳେ କାଦୁଅରେ ଚାପି ହୋଇଯାଇଥିଲେ। ସ୍ଥାନୀୟଲୋକେ ଦୌଡ଼ି ଆସି ତାଙ୍କୁ ଟ୍ରାକ୍ଟରତଳୁ ବାହାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe