ଗୋଠଛଡ଼ା ହାତୀ ଆକ୍ରମଣରେ ଚାଷୀ ମୃତ, ଉପଦ୍ରବ କରୁଛନ୍ତି ୨୨ ଟିକିଆ ହାତୀପଲ

Advertisment

ଲାଠିକଟା ବ୍ଲକ୍‌ ବିରଡ଼ା ପଞ୍ଚାୟତ ସିଙ୍ଗେର ଗ୍ରାମର ଝଣ୍ଡିଟୋଲାରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ସେ ହେଉଛନ୍ତି ଝଣ୍ଡିଟୋଲାର ବିଷ୍ଣୁ ଟିଗ୍‌ଗା (୫୮)। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବା ପରେ ପାଦରେ ଦଳିଦେଇଥିଲା।

ଲାଠିକଟା ବ୍ଲକ୍‌ ବିରଡ଼ା ପଞ୍ଚାୟତ ସିଙ୍ଗେର ଗ୍ରାମର ଝଣ୍ଡିଟୋଲାରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ସେ ହେଉଛନ୍ତି ଝଣ୍ଡିଟୋଲାର ବିଷ୍ଣୁ ଟିଗ୍‌ଗା (୫୮)। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବା ପରେ ପାଦରେ ଦଳିଦେଇଥିଲା।

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ବିରଡ଼ା ପଞ୍ଚାୟତ ସିଙ୍ଗେର ଗ୍ରାମର ଝଣ୍ଡିଟୋଲାରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ସେ ହେଉଛନ୍ତି ଝଣ୍ଡିଟୋଲାର ବିଷ୍ଣୁ ତିଗ୍ଗା(୫୮)। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବା ପରେ ପାଦରେ ଦଳିଦେଇଥିଲା। ଘନକୁହୁଡ଼ି ବିଷ୍ଣୁଙ୍କ ପାଇଁ କାଳ ପାଲଟିଲା ବୋଲି କୁହାଯାଉଛି। 

ରାତିରେ ୨୨ଟିକିଆ ହାତୀପଲ ଉପଦ୍ରବ କରିଥିଲେ। ସକାଳେ ହାତୀପଲ ଅନ୍ୟତ୍ର ପଳାଇ ଯାଇଥିଲେ। ମାତ୍ର ଗୋଟିଏ ଗୋଠଛଡ଼ା ହାତୀ ସିଙ୍ଗେର ଗାଁର ଝଣ୍ଡିଟୋଲା ନିକଟରେ ରହିଯାଇଥିଲା। ସକାଳ ପ୍ରାୟ ୬ଟାବେଳେ ଟୋଲାର ବିଷ୍ଣୁ ତିଗ୍ଗା ବିଲାତିଚା‌ଷ କରିଥିବା ନିଜ ବାଡ଼ିକୁ କୋଡ଼ାଖୋସା କରିବାକୁ ଯାଇଥିଲେ। ଘନକୁହୁଡ଼ି ଯୋଗୁ ବିଷ୍ଣୁ ହାତୀ ଥିବା ବିଷୟରେ ଜାଣିପାରି ନଥିଲେ। ଅଚାନକ ହାତୀ ହାବୁଡ଼ରେ ପଡ଼ିଯିବାରୁ ବିଷ୍ଣୁ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବା ସହ ଦଳି ଦେଇଥିଲା।

ସୂଚନା ଅନୁସାରେ, ଲାଠିକଟା ବ୍ଲକ୍‌ ବିରଡ଼ା ସେକ୍‌ସନର ବାଘଲତା ଓ ସିଙ୍ଗେର ଗ୍ରାମରେ ଗୁରୁବାର ରାତିରେ ୨୨ଟିକିଆ ହାତୀପଲ ଉପଦ୍ରବ କରିଥିଲେ। ସକାଳେ ହାତୀପଲ ଅନ୍ୟତ୍ର ପଳାଇ ଯାଇଥିଲେ। ମାତ୍ର ଗୋଟିଏ ଗୋଠଛଡ଼ା ହାତୀ ସିଙ୍ଗେର ଗାଁର ଝଣ୍ଡିଟୋଲା ନିକଟରେ ରହିଯାଇଥିଲା। ସକାଳ ପ୍ରାୟ ୬ଟାବେଳେ ଟୋଲାର ବିଷ୍ଣୁ ତିଗ୍ଗା ବିଲାତିଚା‌ଷ କରିଥିବା ନିଜ ବାଡ଼ିକୁ କୋଡ଼ାଖୋସା କରିବାକୁ ଯାଇଥିଲେ। ଘନକୁହୁଡ଼ି ଯୋଗୁ ବିଷ୍ଣୁ ହାତୀ ଥିବା ବିଷୟରେ ଜାଣିପାରି ନଥିଲେ। ଅଚାନକ ହାତୀ ହାବୁଡ଼ରେ ପଡ଼ିଯିବାରୁ ବିଷ୍ଣୁ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ିଦେବା ସହ ଦଳି ଦେଇଥିଲା। ଘଟଣାସ୍ଥଳରେ ବିଷ୍ଣୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

 ଖବରପାଇ ବନବିଭାଗ ବହୁ ବିଳମ୍ବରେ ପହଞ୍ଚିଥିଲା। କଲୁଙ୍ଗାଫାଣ୍ଡିରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ବନବିଭାଗ ବହୁବିଳମ୍ବରେ ଆସିବା ଓ ହାତୀ ବିଷୟରେ ଆଗୁଆ ସୂଚନା ଦେଉନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟିହୋଇଥିଲା। ୨୨ ଟିକିଆ ହାତୀପଲଟି ଗତରାତିରେ ବାଘଲତା ଗାଁର ସୋହନ ଖାଖାଙ୍କର ପ୍ରାୟ ୧ ଏକର, ବିଶୁ ଖାଲ୍‌କୋ, ମାଙ୍ଗେ ଖାଖା, ରଘୁ ଖାଖା, ଲଛୁ ଖାଖାଙ୍କର ଅଧ ଏକରରୁ ଅଧିକ ଜମିର ଧାନ ଦଳିଚକଟି ନଷ୍ଟ କରିବା ସହ ଖାଇଦେଇଥିଲେ। ଏହାଛଡ଼ା ହାତୀପଲ ସିଙ୍ଗେର୍‌ର ଭଉତ ଧାନୁଆରଙ୍କ ବୋରୱେଲ୍‌ ଓ ପାୱାରଟିଲର୍‌ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe