ଦେବଗଡ଼: ମାଟି ଅତଡ଼ା ଖସି ଚାଷୀଙ୍କ ମୃତ୍ୟୁ

Advertisment
ଦେବଗଡ଼: ମାଟି ଅତଡ଼ା ଖସି ଚାଷୀଙ୍କ ମୃତ୍ୟୁ

ଦେବଗଡ଼:ଆଜି ସକାଳେ ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ମାଟି ଅତଡ଼ା ତଳେ ଚାପି ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାଷୀଙ୍କ ନାମ ଫିବିଆନ୍‌ ଟପ୍ନୋ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଚଢ଼େଇମରା ଗ୍ରାମର ଶ୍ରୀ ଟପ୍ନୋ ନିଜ ଜମିରେ ହିିଡ଼ କାଟିବା ପାଇଁ ଏକ ମାଟିଗଦାରୁ ମାଟି ହାଣୁଥିବା ବେଳେ ହଠାତ ସେଥିରୁ ଅତଡ଼ା ଖସିଥିଲା। ଫଳରେ ମାଟିି ତଳେ ଚାପି ହୋଇ ଶ୍ରୀ ଟପ୍ନୋ ରହିଯାଇଥିିଲେ। ଖବରପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେ ବେଳକୁ ଶ୍ୱାସରୁଦ୍ଧ ହୋଇ ଶ୍ରୀ ଟପ୍ନୋଙ୍କର ମୃତ୍ୟୂ ଘଟି ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe