Farmer Problem: ଆସୁନି ମିଲର, ୨୭ ଦିନ ହେଲା ମଣ୍ଡିରୁ ଉଠୁନି ଧାନ:ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ

Advertisment

ଶୀତ, କାକରରେ ରାତି ଅନିଦ୍ରା ହୋଇ ୨୦ ଦିନ ହେଲା ଧାନକୁ ଜଗି ରହିଛନ୍ତି ଚାଷୀ। ମିଲର ଆସୁନାହିଁ କି ମଣ୍ଡିରୁ ଧାନ ଉଠିପାରୁ ନାହିଁ। ମିଲର କେବେ ଆସିବ ତାର ଉତ୍ତର ମଧ୍ୟ ନାହିଁ।

ଶୀତ, କାକରରେ ରାତି ଅନିଦ୍ରା ହୋଇ ୨୦ ଦିନ ହେଲା ଧାନକୁ ଜଗି ରହିଛନ୍ତି ଚାଷୀ। ମିଲର ଆସୁନାହିଁ କି ମଣ୍ଡିରୁ ଧାନ ଉଠିପାରୁ ନାହିଁ। ମିଲର କେବେ ଆସିବ ତାର ଉତ୍ତର ମଧ୍ୟ ନାହିଁ।

d94a1657-ad52-4ae4-ad97-bdacc53d315c

ଜଗତସିଂହପୁର: ଶୀତ, କାକରରେ ରାତି ଅନିଦ୍ରା ହୋଇ ୨୦ ଦିନ ହେଲା ଧାନକୁ ଜଗି ରହିଛନ୍ତି ଚାଷୀ। ମିଲର ଆସୁନାହିଁ କି ମଣ୍ଡିରୁ ଧାନ ଉଠିପାରୁ ନାହିଁ। ମିଲର କେବେ ଆସିବ ତାର ଉତ୍ତର ମଧ୍ୟ ନାହିଁ। ଯଦି ପାଗ ଖରାବ ହେଲା ତାହେଲେ ଖୋଲା ଆକାଶ ତଳେ ରହିଥିବା ଶହ ଶହ କ୍ବିଣ୍ଟାଲ ଧାନ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଜିଲ୍ଲାପାଳଙ୍କ ନିକଟରେ ଏମିତି ଅଭିଯୋଗ କରିଛନ୍ତି କାଦୁଅପଡ଼ା ସେବା ସମବାୟ ସିମିତିର ଚାଷୀ। ଅଭିଯୋଗ ପାଇବା ପରେ ସମସ୍ୟା ସମାଧାନ କରିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ଗତ ଜାନୁଆରୀ ୨୧ ତାରିଖରୁ କାଦୁଅପଡ଼ା କୃଷି ସେବା ସମବାୟ ସମିତି ମଣ୍ଡିରେ ଖୋଲା ଆକାଶ ତଳେ ୧୮ ଜଣ ଚାଷୀଙ୍କର ଧାନ ପଡ଼ି ରହିଛି। ଅନୁଗୁଳର ହାଇଟେକ୍ ମିଲର ୨୫୦୦ କ୍ବିଣ୍ଟାଲ ଧାନ ନେବ ବୋଲି ଚୁକ୍ତି କରିଥିଲା। କିନ୍ତୁ ଏଯାଏଁ ମାତ୍ର ୭୦୦ କ୍ବିଣ୍ଟାଲ ଧାନ ଉଠାଇଛି। ବାକି ପ୍ରାୟ ୧୮୦୦ କ୍ବିଣ୍ଟାଲ ଧାନ ପଡ଼ି ରହିଛି। ପ୍ରାୟ ୨୭ ଦିନ ବିତି ଯାଇଥିବା ବେଳେ କେବେ ଧାନ ଉଠିବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଏ ନେଇ ସମବାୟ ସମିତିରେ ପଚାରିବାରୁ ମିଲର ଗାଡ଼ି ନ ଥିବା କହୁଛନ୍ତି। କିନ୍ତୁ ଅନ୍ୟ ମଣ୍ଡିକୁ ଗାଡ଼ି ଆସୁଥିବା ବେଳେ ଏହି ମଣ୍ଡିକୁ ଦୀର୍ଘ ୨୭ ଦିନ ହେଲା କାହିଁକି ଧାନ ଆସୁ ନାହିଁ ତାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଧାନ ଉଠାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe