ଏକରଏକର ଜମିରେ ଧାନବିହନ ଓ ତଳି ନଷ୍ଟ ଲଗାଣ ବର୍ଷା କାଳହେଲା, ଚିନ୍ତାରେ ଚାଷୀ

ତିନିଦିନ ଧରି ଲଗୁଚାପଜନିତ ଲଗାଣବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। ଚାଷଜମିରେ ପାଣି ଭରି ଏକରଏକର ଜମିରେ ବିହନ ନଷ୍ଟ ହୋଇଛି। ବଣାଇଁ ଅଞ୍ଚଳରେ ହଠାତ୍ ଲଗୁଚାପଜନିତ ଲଗାଣବର୍ଷା ପାଇଁ ଜମିରେ ପାଣି ପଶି ଯାଇ କ୍ଷତିଗ୍ରସ୍ତ ହୋଇଛି।

sn

ବଣାଇଗଡ଼: ତିନିଦିନ ଧରି ଲଗୁଚାପଜନିତ ଲଗାଣବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। ଚାଷଜମିରେ ପାଣି ଭରି ଏକରଏକର ଜମିରେ ବିହନ ନଷ୍ଟ ହୋଇଛି। ବଣାଇଁ ଅଞ୍ଚଳର ବଡଗାଁ, ଶିହିଡିହା, ଗିଲି ବନେଇକେଲା, ଦେଓପୋଷ, ଜଙ୍ଗାଲା, ରୁଗୁଡ଼ା, ମହୁଲଡିହା, ତେଣ୍ଡରା, ଜକେଇକଳା, ତଳିତା, ଗୋଗୁଆ ଆଦି ଗ୍ରାମରେ ଚାଷୀମାନେ ନିଜଜମିରେ ଧାନବିହନ ବୁଣାବୁଣି କରିବା ସହ କିଛିଚାଷୀ ତଳି ପକାଇଥିଲେ। ତେବେ ହଠାତ୍ ଲଗୁଚାପଜନିତ ଲଗାଣବର୍ଷା ପାଇଁ ଜମିରେ ପାଣି ପଶି ଯାଇ କ୍ଷତିଗ୍ରସ୍ତ ହୋଇଛି।

ବଡ଼ଗାଁର କୃଷ୍ଣଚନ୍ଦ୍ର ଛେଣ୍ଡୁଆଲ, ପ୍ରମୋଦ କାଲୋ, ଲମ୍ବୋଦର କାଲୋ, ବିନୋଦ ବିହାରୀ ପ୍ରଧାନ, ଉତ୍ତମ ପ୍ରଧାନ, ଘନଶ୍ୟାମ ପ୍ରଧାନ, କୁଳମଣି ପ୍ରଧାନ, ହିମାଦ୍ରି ଚରଣ ପ୍ରଧାନ, ପ୍ରବୀର ପ୍ରଧାନ, ଶୁକଦେବ ପ୍ରଧାନ, ଶ୍ୟାମସୁନ୍ଦର ପ୍ରଧାନ, ଉମେଶ ପ୍ରଧାନ, ଫିରୁ ସିଂ, ପ୍ରହଲ୍ଲାଦ ଛେଣ୍ଡୁଆଲ, ଭଜମନ କାଲୋ, ତ୍ରିଲୋଚନ ପ୍ରଧାନ, ହୃଷୀକେଶ ପ୍ରଧାନ, ଇନ୍ଦ୍ରମଣି ସାହୁ, ଗିରିଧାରୀ ଜେନା, ଧ୍ରୁବ ପ୍ରଧାନ, ଦୋଳାନନ୍ଦ ପ୍ରଧାନ, ଦୟା ପ୍ରଧାନ, ପାତ୍ରାସ ମୁଣ୍ଡା, ବଟକୃଷ୍ଣ ମାଝୀ, ଭୁବନ ସାମନ୍ତ, ଭୁବନ ଛେଣ୍ଡୁଆଲ, ଶୁକ୍ରୁ ମୁଣ୍ଡା ପ୍ରମୁଖ ଚାଷୀଙ୍କର ପହଡ଼ାତଳି ଓ ବୁଣାଧାନ ନଷ୍ଟ ହୋଇଥିବା କହିଛନ୍ତି। ଧାରକରଜ କରି ଚାଷକାମ ଆରମ୍ଭ କରିଥିବା ଚାଷୀମାନେ ଏ ବିପର୍ଯ୍ୟୟ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି। ସେହିପରି ବଣାଇ ଉପଖଣ୍ଡର ଗୁରୁଣ୍ଡିଆ, ଲହୁଣିପଡ଼ା, କୋଇଡ଼ା ଅଞ୍ଚଳରେ ଚାଷୀମାନଙ୍କର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କୃଷିବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ଦାବିହୋଇଛି।

farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe