ଧାନ କିଣାଵିକାରେ ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତାରୋକ

Advertisment

ବରଗଡ଼ ଜିଲ୍ଲା ଭେଡେନ ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଧାନ କିଣାଵିକାରେ ଅବ୍ୟବସ୍ଥା ହେତୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି । 

Updated On

ବରଗଡ଼ ଜିଲ୍ଲା ଭେଡେନ ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଧାନ କିଣାଵିକାରେ ଅବ୍ୟବସ୍ଥା ହେତୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି । 

ଅଦ୍ୟତନ ହୋଇଛି
sk

ବରଗଡ଼/ ଭୋଗରାଇ: ବରଗଡ଼ ଜିଲ୍ଲା ଭେଡେନ ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଧାନ କିଣାଵିକାରେ ଅବ୍ୟବସ୍ଥା ହେତୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।   ଖୁଣ୍ଟୁଲିପାଲି ମଣ୍ଡିରେ ମଣ୍ଡିରେ ଧାନ ନ ଉଠିବାରୁ ଡାଲବ ଛକଠାରେ ଧାନ ବସ୍ତା ରଖି ଚାଷୀ ରାସ୍ତାରୋକ କରିଛନ୍ତି ।  ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ ବିକ୍ରି ଅବ୍ୟବସ୍ତା ନେଇ ଚାଷୀ ତାତିଛନ୍ତି! ମଣ୍ଡିରେ ଆହୁରି ୩୭୦୦୦ କ୍ୟୁଣ୍ଟାଲ ଧାନ ବିକ୍ରି କରିବାର ବାକି ଅଛି!ହେଲେ ୧୧ ହଜାର କୁଣ୍ଟାଲ ଧାନ ବିକିବା ନେଇ ଟେକ ଆସିଛି!ହେଲେ ସମ୍ପୂର୍ଣ୍ଣ ଧାନ ବିକ୍ରି କରିବା ନେଇ ଟେକ ଆସିବା ଦାବିରେ ଗୋଡ଼ଭଗା -ତୁରୁମ ରାସ୍ତାର ଖୁଣ୍ଟୁଲିପାଲି ମଣ୍ଡି ର ମୁଖ୍ୟ ରାସ୍ତାରେ ଚାଷୀ ମାନେ ସକାଳ ୭ ଟାରୁ ରାସ୍ତା ରୋକ କରିଛନ୍ତି! ଫଳରେ ଉଭୟ ପାର୍ଶ୍ୱ ରେ ଶତାଧିକ ଗାଡ଼ି ଅଟକି ରହିଛି! ଗୋଡ଼ଭୋଗା-ସୋନପୁର ୫୪ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।  ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି । 

 ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନମ୍ବର ରାଜ୍ୟ ରାଜପଥ ବାଉଁଶଡିହା ଛକ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତାରୋକ କରିଛନ୍ତି।  ଟୋକନ ବୃଦ୍ଧି ଏବଂ ଚାଷୀଙ୍କ ପାଖରୁ ସରକାର ଧାନ କିଣିବା ନେଇ ଦାବି କରିଛନ୍ତି ଚାଷୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe