ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରବିଧାନ ଅମଳ ସଂପୁର୍ଣ୍ଣ ଭାବେ ସରିଥିବା ବେଳେ ଜିଲ୍ଲାରେ ମଣ୍ଡି ଖୋଲିବାରେ ଜିଲ୍ଲା ପ୍ରଶାସନ ବିଳମ୍ବ କରୁଛି। ଯାହାଫଳରେ ଚାଷୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାର ସୁଯୋଗ ନେଇ ମିଲକୁ ବେଆଇନ ଭାବେ ଧାନ ପଶୁଥିବା ଅଭିଯୋଗ ହେଉଛି। ହେଲେ ଜିଲ୍ଲା ଯୋଗାଣ ବିଭାଗ ଆଜି ପର୍ଯ୍ୟନ୍ତ ଯାଞ୍ଚ କରିନାହନ୍ତି। ମିଲର୍ସମାନଙ୍କ ଗୋଦାମ ଯାଞ୍ଚ ପରେ ରିବ ଧାନ ମଣ୍ଡି ଆରମ୍ଭ କରିବାକୁ ଚାଷୀ ନେତା ଘାସିରାମ ମାଝୀ ଦାବି କରିଛନ୍ତି।
ଗତ ଏପ୍ରିଲ ୨୦ ତାରିଖରେ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ ହୋଇଥିଲା । ଏଥିରେ ଆସନ୍ତା ମଇ ୨୦ରୁ ରବିଧାନ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଜିଲ୍ଲାର ୧୩ହଜାର ୨୯୬ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାର ୩୨ଟି ଧାନସଂଗ୍ରହ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୫୦ହଜାର କ୍ରିଣ୍ଟାଲ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଛି। ଗତ କିଛିବର୍ଷ ହେବ ରବିଋତୁରେ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ଚାଷୀ ଛୋଟ ଓ ମଧ୍ଯମ କିସମର ଧାନଚାଷ କରୁଛନ୍ତି। ଏଥିରେ କମ ପାଣି ଲାଗିବା ସହ ଶୀଘ୍ର ଅମଳ ହେଉଛି। ଅନ୍ୟପକ୍ଷେ କାଳବୈଶାଖୀ ଓ କୁଆପଥର ମାଡ଼ ଭୟ ରହୁନି । ଏବେ ଜିଲ୍ଲାରେ ଛୋଟ ଓ ମଧ୍ଯମ କିସମର ଧାନ ସବୁ ଅମଳ ହୋଇସାରିଛି। କିନ୍ତୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଚାଷୀମାନେ ଧାରଉଧାର କରିବା ସହ ବ୍ୟାଙ୍କରଣ କରି ଧାନ ଚାଷ କରିଥିଲେ। ଏବେ ଟ୍ରାକ୍ଟର ମାଲିକ, ଶ୍ରମିକ ଚାଷୀଙ୍କୁ ପାରିଶ୍ରମକ ମାଗୁଥିବାରୁ ବାଧ୍ୟହୋଇ ବେପାରୀଙ୍କ ଠାରେ ଧାନବିକ୍ରି କରୁଛନ୍ତି। ଏହାର ସୁଯୋଗ ନେଇ ଗାଁଗାଁରେ ବେପାରୀମାନେ ଚାଷୀଙ୍କଠାରୁ ୧୮ଶହରୁ ୨ହଜାର ଟଙ୍କାରେ ଧାନ କିଣୁଛନ୍ତି। ଏହାକୁ ପରବର୍ତ୍ତୀ ସମୟରେ ମଣ୍ଡିରେ ସେହି ଚାଷୀମାନଙ୍କ ଟୋକନରେ ୩୧ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଏଥରେ ଜିଲ୍ଲାର ଚାଷୀ ଶୋଷିତ ହେଉଥିବା ବେଳେ ବେପାରୀମାନେ ମାଲେମାଲ ହେଉଛନ୍ତି। ପ୍ରତିବର୍ଷ ରବିଋତୁରେ ଜିଲ୍ଲା ପ୍ରଶାସନ ତରଫରୁ ବିଳମ୍ବରେ ମଣ୍ଡି ଖୋଲା ହେଉଛି। ଏଠାରେ ମଣ୍ଡି ଖୋଲିବା ପୂର୍ବରୁ ମିଲର୍ସମାନେ ବେପାରୀଙ୍କଠାରୁ ଖୋଲାରେ ହଜାର ହଜାର କୁଇଣ୍ଟାଲ ଧାନକିଣି ମିଲରେ ଭର୍ତ୍ତି କରିରଖୁଥାନ୍ତି। ଫଳସ୍ବରୂପ ମଣ୍ଡି ଖୋଲିବା ପରେ ମିଲର୍ସମାନେ ଜାଣିଶୁଣି ଅବହେଳା କରିଥାନ୍ତି। ସେଠି ଧାନ କିଣିବାକୁ ମିଲର୍ସମାନେ କୁନ୍ଥୁକୁନ୍ଥୁ ହୋଇଥାନ୍ତି। ମିଲର୍ସମାନେ ଜାଣିଶୁଣି ମଣ୍ଡିକୁ ଧାନ ପରିବହନ ପାଇଁ ଟ୍ରକ ନ ପଠାଇ ଧାନ କିଣିବାରେ ବିଳମ୍ବ କରିଥାନ୍ତି।

ଚାଷୀମାନେ ବର୍ଷା ଆଶଙ୍କା କରି ଧାନକୁ ଶୀଘ୍ର ବିକ୍ରି କରିବା ପାଇଁ ବ୍ୟତିବ୍ୟସ୍ତ ହୁଅନ୍ତି। ଏହାର ସୁଯୋଗ ନେଇ ମିଲର୍ସମାନେ ମଣ୍ଡିରେ ରାଜୁତି ଚଳାଇ ଚାଷୀଙ୍କ ଧାନରେ ମନମୁଖୀ କଟନିଛଟନି କରିଥାନ୍ତି। ଏହାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥାନ୍ତି। ଏଭଳି ପ୍ରଶାସନିକ ଅଧୁକାରୀ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଏବେ ମିଲର୍ସମାନେ ଖୁଚୁରା ବେପାରୀଙ୍କ ଠାରୁ ଧାନ କିଣି ମିଲରେ ଭର୍ତ୍ତି କରୁଛନ୍ତି। ଏଠି ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ ହେଉନଥିବାରୁ ମିଲର୍ସମାନେ ବେଧଡ଼କ ଧାନ ସଂଗ୍ରହକରି ଗଚ୍ଛିତ ରଖୁଛନ୍ତି। ପ୍ରତିବର୍ଷ ମଣ୍ଡି ଆରମ୍ଭ ହେବା ପୂର୍ବରୁ ସବୁ ମିଲ ଯାଞ୍ଚ ହେବାର ନିୟମ ରହିଛି। କିନ୍ତୁ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀ ନାମକୁମାତ୍ର ମିଲକୁ ପରିଦର୍ଶନକରି ରିପୋର୍ଟ ପ୍ରଦାନ କରିଥାନ୍ତି। ଏଣୁ ତୁରନ୍ତ ବେଆଇନ ଧାନ ସଂଗ୍ରହ ଉପରେ ରୋକ ଲଗାଇବା ସହ ମିଲକୁ ସଠିକ ଚେକିଂ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି।
farmers
Follow Us