ତୃତୀୟ ପର୍ଯ୍ୟାୟ ମତଦାନ ସରିଲା : ୨୪ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ

Advertisment
ତୃତୀୟ ପର୍ଯ୍ୟାୟ ମତଦାନ ସରିଲା : ୨୪ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ୨୪ ଜଣ ହେଭିେଓ୍ଵଟ୍‌ ରାଜନେତାଙ୍କର ଭାଗ୍ୟ ପରୀକ୍ଷା ହୋଇଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ,୪ ଜଣ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି, ଦୁଇଟି ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରର ସଂପାଦକ, ୪ ଜଣ ପୂର୍ବତନ ପ୍ରଶାସକ, ଭୁବନେଶ୍ୱର ମେୟର, ସି.ପିଏମ୍‌ର ଜଣେ ବରିଷ୍ଠ ନେତା, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ତିନି ପ୍ରମୁଖ ଦଳର ମୁଖପାତ୍ର ଅନ୍ତର୍ଭୁକ୍ତ।

publive-image
ଆଜି ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ,ସଂସ୍କୃତି ଓ ପର୍ଯ୍ୟଟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି। କେବଳ ଆୁଷ୍ଠାନିକ ଫଳାଫଳ ଘୋଷଣାକୁ ଅପେକ୍ଷା।

ସେହିପରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ୪ ଜଣ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ,ଜୟଦେବ ଜେନା,ଶରତ ପଟ୍ଟନାୟକ ଏବଂ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ ବନ୍ଦୀ ହୋଇଯାଇଛି।

publive-image

ଆଜି ‘ସମ୍ବାଦ’ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ‘ପ୍ରଜାତନ୍ତ୍ର’ସଂପାଦକ ଭର୍ତ୍ତୃହରି ମହତାବଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହୋଇଯାଇଛି। ସୌମ୍ୟରଂଜନ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଭର୍ତ୍ତୃହରି କଟକ ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।

ଆଜି ଦୁଇ ଦୁଇ ଥର ଭୁବନେଶ୍ୱର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତଥର କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି ଏଥର ଭାରତୀୟ ଜନତା ପାର୍ଟି ଟିକଟରେ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି।

publive-image

ଦୈତନଗରୀ ଭୁବନେଶ୍ୱର ଓ କଟକରେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ,ପୂର୍ବତନ ଗଣଶିକ୍ଷା ସଚିବ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟର ଭୂତପୂର୍ବ ପୋଲିସ ମହା ନିର୍ଦ୍ଦେଶକ ତଥା ପୂର୍ବତନ ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର। ସେହିପରି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ଟିକଟରେ ପ୍ରତିଦ୍ୱନ୍ଦିତା କରିଛନ୍ତି।

ସିପିଏମ୍‌ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଏଥର ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ତାଙ୍କର ଭାଗ୍ୟ ପରୀକ୍ଷା କରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କର ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe