ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ: ରାଜ୍ୟର ପରିଚିତ ଓ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ; ଏବେ ଗଣତିକୁ ଅପେକ୍ଷା

Advertisment
ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ: ରାଜ୍ୟର ପରିଚିତ ଓ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ; ଏବେ ଗଣତିକୁ ଅପେକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟର ଚତୁର୍ଥ ଓ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଚାରିଜଣ ମନ୍ତ୍ରୀ, ତିନିଜଣ ରାଜ୍ୟସଭା ସଦସ୍ୟ,ପ୍ରଦେଶ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତି ଏବଂ ଭାରତୀୟ ଜନତା ପାର୍ଟିର ଉପସଭାପତି ସମେତ ବହୁ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି।

ଯେଉଁ ଚାରି ଜଣ ମନ୍ତ୍ରୀଙ୍କର ଭାଗ୍ୟ ଆଜି ନିର୍ଦ୍ଧାରଣ ହୋଇଯାଇଛି ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା,ସ୍ୱାସ୍ଥ୍ୟ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା,ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଶିଲ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଆଜି ଲଢେଇ ହୋଇସାରିଛି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରୀ ପୋଖରୀ ବିଧାନସଭା ଆସନରେ।

ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ଓ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କର ଭାଗ୍ୟ ଇଲେକ୍ଟ୍ରାନିକ ଭୋଟିଂ ମେସିନ୍‌ରେ ବନ୍ଦୀ ହୋଇସାରିଛି।

publive-image

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ଚର୍ଚ୍ଚିତ ରାଜନେତା ଦାମୋଦର ରାଉତ, ବରିଷ୍ଠ ଦଳୀୟ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମନମୋହନ ସାମଲ,ଭାରତୀୟ ଜନତା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡାଙ୍କର ମଧ୍ୟ ନିର୍ବାଚନ ଆଜି ଶେଷ ହୋଇଛି। ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି,ପ୍ରତାପ ଦେବ ଏବଂ ସରୋଜିନୀ ହେମ୍ବ୍ରମଙ୍କର ମଧ୍ୟ ଆଜି ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଶେଷ ହୋଇଛି।

ଆଜି ମଧ୍ୟ ବିଜୁ ଜନତା ଦଳର ଅତନୁ ସବ୍ୟସାଚୀ ନାୟକ,ପ୍ରଣବ ପ୍ରକାଶ ଦାସ,ପ୍ରମିଳା ମଲ୍ଲିକ,ଅମର ପ୍ରସାଦ ଶତପଥୀ,ସୁଦାମ ମାରାଣ୍ଡି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍‌,ଉପସଭାପତି ରାମଚନ୍ଦ୍ର ମୁର୍ମୁ ଓ ସାଧାରଣ ସଂପାଦକ କଳିଙ୍ଗ କେଶରୀ ଜେନା ଏବଂ ଏହି ଦଳର ମୁଖ୍ୟ ଶିବୁ ସୋରେନଙ୍କର କନ୍ୟା ଅଞ୍ଜନୀ ସୋରେନଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe