ପଛପଟୁ ଧକ୍କା ଦେଇଥିଲା କାର୍: ଚାଲିଗଲା ବାପାଙ୍କ ଜୀବନ, ନାବାଳକ ପୁଅ ଗୁରୁତର

ଘରକୁ ଫେରୁଥିବାବେଳେ ମାତ୍ରାଧିକ ବେଗରେ ଆସୁଥିବା କାର୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେକ୍ଟର-୧, ଏଫ୍‌-୧୮୦ରେ ରହୁଥିବା ଅଜୟ କୁମାର କାମିଲା(୫୫)ଙ୍କ ଅକାଳ ବିୟୋଗ ଘଟିଥିବାବେଳେ ନାବାଳକ ପୁଅ ଦେବଜିତ ଗୁରୁତର ଆହତ ହୋଇଥିଲେ।

Dead

ରାଉରକେଲା: ବେପରୁଆ ଗାଡ଼ି ଚାଳନା ଯୋଗୁଁ  ପୁଣି ଗୋଟିଏ ଜୀବନ ଦୀପ ଲିଭିଯାଇଛି। ଘରକୁ ଫେରୁଥିବାବେଳେ ମାତ୍ରାଧିକ ବେଗରେ ଆସୁଥିବା କାର୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେକ୍ଟର-୧, ଏଫ୍‌-୧୮୦ରେ ରହୁଥିବା ଅଜୟ କୁମାର କାମିଲା(୫୫)ଙ୍କ ଅକାଳ ବିୟୋଗ ଘଟିଥିବାବେଳେ ନାବାଳକ ପୁଅ ଦେବଜିତ ଗୁରୁତର ଆହତ ହୋଇଥିଲେ।

ଶ୍ରୀ କାମିଲା ଓ ତାଙ୍କ ନାବାଳକ ପୁଅ ଦେବଜିତ(୧୬) ଛେଣ୍ଡ୍‌ରେ ଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଏକ ବାଇକ୍‌(ଓଆର୍‌-୧୪ଏନ୍‌-୩୯୧୨)ରେ ସେମାନେ ଘରକୁ ଫେରୁଥିଲେ। ୭/୧୭ ଛକରେ ପଛପଟୁ ଆସୁଥିବା କାର୍‌(ଓଡି-୧୪ଏକ୍ସ-୬୬୫୩) ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟେ ତଳେ କଚାଡ଼ି ପଡ଼ିଥିଲେ। ଘଟଣାସ୍ଥଳରେ ଅଜୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାବେଳେ ଦେବଜିତ ଗୁରୁତର ଆହତ ହୋଇଥିଲେ।

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ଶ୍ରୀ କାମିଲା ଓ ତାଙ୍କ ନାବାଳକ ପୁଅ ଦେବଜିତ(୧୬) ଛେଣ୍ଡ୍‌ରେ ଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଏକ ବାଇକ୍‌(ଓଆର୍‌-୧୪ଏନ୍‌-୩୯୧୨)ରେ ସେମାନେ ଘରକୁ ଫେରୁଥିଲେ। ୭/୧୭ ଛକରେ ପଛପଟୁ ଆସୁଥିବା କାର୍‌(ଓଡି-୧୪ଏକ୍ସ-୬୬୫୩) ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟେ ତଳେ କଚାଡ଼ି ପଡ଼ିଥିଲେ। ଘଟଣାସ୍ଥଳରେ ଅଜୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାବେଳେ ଦେବଜିତ ଗୁରୁତର ଆହତ ହୋଇଥିଲେ। ମୃତଦେହ ଆର୍‌ଜିଏଚ୍‌ ମର୍ଗ‌୍ ହାଉସ୍‌ରେ ଥିବାବେଳେ ଆଜି ବ୍ୟବଚ୍ଛେଦ କରାଯିବ। ସେକ୍ଟର-୧୫ ପୁଲିସ କାର୍‌କୁ ଜବତ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe