ବୈଶିଙ୍ଗା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ପୁଅର ଚକ୍ଷୁଦାନ କରି ନିଜ ପୁଅକୁ ଅମର କରିଦେଲେ ବୈଶିଙ୍ଗା ଥାନା ଅଧୀନ ଉଦିପୁରା ଗ୍ରାମର ହରିଶ୍ଚନ୍ଦ୍ର ବେହେରା l
୧୮ନଂ ଜାତୀୟ ରାଜପଥର ଛୁରୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣରେ ହରିଶ୍ଚନ୍ଦ୍ରଙ୍କ ପୁଅ କିରଣ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ l ତେବେ ନିଜ ପରିବାରର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲା ସମ୍ପୂର୍ଣ୍ଣ ପରିବାର l ତେବେ ଏହି ଦୁଃଖଦ ସମୟରେ ବି ନିଜର ମହାନତା ପ୍ରଦର୍ଶନ ପୂର୍ବକ ନିଜ ପୁଅ କିରଣର ଚକ୍ଷୁଦାନ କରି ଅନ୍ୟ ଜଣେ ଦୃଷ୍ଟିହୀନକୁ ଦୁନିଆ ଦେଖିବାର ସୁଯୋଗ ଦେଇଛନ୍ତି ମୃତ କିରଣଙ୍କ ପରିବାର l ତେବେ ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ ମୃତ ପୁଅର ଚକ୍ଷୁ ଦାନ କରି ସେ ତାଙ୍କ ପୁଅକୁ ଚିରଦିନ ପାଇଁ ଅମର କରିଦେଲେl
ସୂଚନା ଅନୁଯାୟୀ, ୧୮ନଂ ଜାତୀୟ ରାଜପଥର ଛୁରୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣରେ ହରିଶ୍ଚନ୍ଦ୍ରଙ୍କ ପୁଅ କିରଣ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ l ତେବେ ନିଜ ପରିବାରର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲା ସମ୍ପୂର୍ଣ୍ଣ ପରିବାର l ତେବେ ଏହି ଦୁଃଖଦ ସମୟରେ ବି ନିଜର ମହାନତା ପ୍ରଦର୍ଶନ ପୂର୍ବକ ନିଜ ପୁଅ କିରଣର ଚକ୍ଷୁଦାନ କରି ଅନ୍ୟ ଜଣେ ଦୃଷ୍ଟିହୀନକୁ ଦୁନିଆ ଦେଖିବାର ସୁଯୋଗ ଦେଇଛନ୍ତି ମୃତ କିରଣଙ୍କ ପରିବାର l ତେବେ ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ ମୃତ ପୁଅର ଚକ୍ଷୁ ଦାନ କରି ସେ ତାଙ୍କ ପୁଅକୁ ଚିରଦିନ ପାଇଁ ଅମର କରିଦେଲେl
Follow Us