ଚୀନ୍ ମନରେ ଭାରତର ଲୋକସଭା ନିର୍ବାଚନ ନେଇ ଡର: ଭୋଟରଙ୍କୁ ଭ୍ରମିତ ପାଇଁ ଏଆଇର ଉପଯୋଗ କରିବା ଆଶଙ୍କା!

ଚୀନ୍ ମନରେ ଭାରତର ଲୋକସଭା ନିର୍ବାଚନ ନେଇ ଡର: ଭୋଟରଙ୍କୁ ଭ୍ରମିତ ପାଇଁ ଏଆଇର ଉପଯୋଗ କରିବା ଆଶଙ୍କା!

ବେଜିଂ: ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏକ ଗୁପ୍ତ ସୂଚନା ଅନୁସାରେ ଚୀନ୍ ଭାରତର ଲୋକସଭା ନିର୍ବାଚନ ନେଇ ଭୟଭୀତ ହେବାରେ ଲାଗିଛି। ତେଣୁ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚୀନ୍ ଷଡ଼ଯନ୍ତ୍ର ରଚିଛି। ମାଇକ୍ରୋସଫ୍ଟ ପକ୍ଷରୁ ଜାରି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଭାରତର ଲୋକସଭା ନିର୍ବାଚନ ଏବଂ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଧା ସୃଷ୍ଟି ପାଇଁ ଚୀନ୍ ଏଆଇ ଜ୍ଞାନକୌଶଳର ଉପଯୋଗ କରିବାର ଆଶଙ୍କା ରହିଛି। ଏହା ସହିତ ଦକ୍ଷିଣ କୋରିଆର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମଧ୍ୟ ଚୀନ୍ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା କୁହାଯାଉଛି।

ମାଇକ୍ରୋସଫ୍ଟ ଅନୁସାରେ ଭାରତ ସହିତ ଆମେରିକା ଏବଂ ଦକ୍ଷିଣ କୋରିଆର ନିର୍ବାଚନ ମଧ୍ୟ ହାଇ ପ୍ରୋଫାଇଲ୍। ଚୀନ୍ ନିଜର ଫାଇଦା ପାଇଁ ଏଆଇ ଜେନେରେଟେଡ୍ କଣ୍ଟେଟ୍ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରିବାକୁ ଯୋଜନା କରିଛି। ତେବେ ଚୀନ୍‌ର ଏଭଳି ଷଡ଼ଯନ୍ତ୍ର ଦ୍ବାରା ଭାରତର ଲୋକସଭା ନିର୍ବାଚନରେ ପ୍ରଭାବ କମ୍ ପଡ଼ିବ ବୋଲି କୁହାଯାଉଛି।

ଏହି ସୂଚନା ମାଇକ୍ରୋସଫ୍ଟ ଥ୍ରେଟ୍ ଇଣ୍ଟେଲଜେନ୍ସ ପକ୍ଷରୁ ‘ସେମ୍ ଟାଗେର୍ଟସ୍ ନ୍ୟୁ ପ୍ଲେବୁକ୍ସ୍ ଇଷ୍ଟ ଏସିଆ ଆଣ୍ଡ ଥ୍ରେଟ୍ ଏକ୍ଟର୍ସ ଏମ୍ପ୍ଲାୟ ୟୁନିକ ମେଥଡସ୍’ ନାମକ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ମାଇକ୍ରୋସଫ୍ଟ ଥ୍ରେଟ୍ ଆନାଲିସିସି ସେଣ୍ଟର(ଏମଟିଏସି) ଦ୍ବାରା ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ ଚୀନ୍ ନିଜର ପ୍ରୟାସ ଜାରି ରଖିବ। ତାଇୱାନ ନିର୍ବାଚନରେ ମଧ୍ୟ ଚୀନ୍ ଏଭଳି ଉଦ୍ୟମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe