କିଏ ନେଲେ ଅଧିକ ଫି ହ୍ରିତିକ ନା ଜୁନିୟର, ଏହି ରିପୋର୍ଟରେ ଜାଣନ୍ତୁ

Advertisment

ୱାର ୨'ର ଟ୍ରେଲରରେ ଦମଦାର ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ ହ୍ରିତିକ ନା ଜୁନିୟର ଏନ୍ଟିଆର କିଏ ଅଧିକ ପାରିଶ୍ରମିକ ପାଇଛନ୍ତି ତାହା ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସେ ବାବଦରେ ସୂଚନା ଦେବୁ |

ୱାର ୨'ର ଟ୍ରେଲରରେ ଦମଦାର ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ ହ୍ରିତିକ ନା ଜୁନିୟର ଏନ୍ଟିଆର କିଏ ଅଧିକ ପାରିଶ୍ରମିକ ପାଇଛନ୍ତି ତାହା ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସେ ବାବଦରେ ସୂଚନା ଦେବୁ |

ae724082-fcab-4f22-a5d8-94b007641fad

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଆଗାମୀ ଆକ୍ସନ ଫିଲ୍ମ 'ୱାର ୨'ର ଟ୍ରେଲର ଗତକାଲି ରିଲିଜ ହୋଇଥିବାବେଳେ ଏଥିରେ ୨ ସୁପରଷ୍ଟାରଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଦୁଇ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ରିଲିଜ୍‌କୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। 'ୱାର ୨'ର ଟ୍ରେଲରରେ ଦମଦାର ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ ହ୍ରିତିକ ନା ଜୁନିୟର ଏନ୍ଟିଆର କିଏ ଅଧିକ ପାରିଶ୍ରମିକ ପାଇଛନ୍ତି ତାହା ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ସେ ବାବଦରେ ସୂଚନା ଦେବୁ |

 ୟଶରାଜ ଫିଲ୍ମସ୍ (YRF) ଦ୍ୱାରା ନିର୍ମିତ, "ୱାର ୨" କେବଳ ଏକ ଆକ୍ସନ୍-ଭରା ମନୋରଞ୍ଜନପୂର୍ଣ୍ଣ ଫିଲ୍ମ ନୁହେଁ ବରଂ ଏହା ଏକ ମୋଟା ବଜେଟରେ ମଧ୍ୟ ନିର୍ମିତ ହୋଇଛି। ବଲିଉଡରେ ନିଜର ବହୁ ପ୍ରତୀକ୍ଷିତ ଡେବ୍ୟୁ କରୁଥିବା ଜୁନିଅର ଏନ୍ଟିଆର ଏହି ଫିଲ୍ମ ପାଇଁ ସର୍ବାଧିକ ପାରିଶ୍ରମିକ ପାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଜୁନିଅର ଏନ୍ଟିଆର ୱାର ୨ ସହିତ ତାଙ୍କର ବଲିଉଡ ଡେବ୍ୟୁ ପାଇଁ ୬୦ କୋଟି ଟଙ୍କା ନେଇଛନ୍ତି। 'ୱାର 2'ରେ ହ୍ରିତିକ୍ ରୋଶନ ପୁଣି ଥରେ କବୀର ଢାଲିୱାଲଙ୍କ ଭୂମିକାରେ ନଜର ଆସିବେ।

 'ୱାର ୨' ପାଇଁ ହ୍ରିତିକ୍ ରୋଶନଙ୍କୁ ୪୮ କୋଟି ଟଙ୍କା ଫି ଦିଆଯାଇଛି। ଅନ୍ୟପକ୍ଷରେ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା କିଆରା ଆଡଭାନୀ ତାଙ୍କ ଭୂମିକା ପାଇଁ ୧୫ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ୱେକ୍ ଅପ୍ ସିଡ୍, ୟେ ଜୱାନି ହୈ ଦିୱାନି ଏବଂ ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍ - ଶିବା ପରେ ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚତୁର୍ଥ ଫିଲ୍ମ ହେଉଛି ୱାର୍ ୨। ଏହି ପ୍ରୋଜେକ୍ଟ ନିର୍ଦ୍ଦେଶନା ପାଇଁ ସେ ୩୨ କୋଟି ଟଙ୍କାର ପାରିଶ୍ରମିକ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe