BaraBadhu: ଅଙ୍ଗନୱାଡି ଦିଦି ସାଜିଲେ ସୂର୍ଯ୍ୟମୟୀ, ଶିବାନୀ-ଶୈଳେନ୍ଦ୍ରଙ୍କ ଟୁପଟାପ ଗାଉଁଲି ପ୍ରେମ କାହାଣୀ: ଆସୁଛି 'ବରବଧୂ'

Advertisment

ପାଟିରେ ଖଣ୍ଡିଏ ପାନ,ଅଙ୍ଗନୱାଡି ଦିଦି ତାସାଙ୍ଗକୁ ଗାଁର ନିଆରା ବାହାଘର ଯେଉଁଥିରେ ଛପିରହିଥିବ କଅଁଳ ବୟସର ନିଛକ ଭଲ ପାଇବା | ବେଦୀ ବାହାଘର ଆଗରୁ କୋର୍ଟରେ ସମ୍ପର୍କ ଯୋଡିବାର ପ୍ରୟାସ, କିଛି ଏସବୁ କାହାଣୀକୁ ନେଇ ଖୁବ ଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ବରବଧୂ

ପାଟିରେ ଖଣ୍ଡିଏ ପାନ,ଅଙ୍ଗନୱାଡି ଦିଦି ତାସାଙ୍ଗକୁ ଗାଁର ନିଆରା ବାହାଘର ଯେଉଁଥିରେ ଛପିରହିଥିବ କଅଁଳ ବୟସର ନିଛକ ଭଲ ପାଇବା | ବେଦୀ ବାହାଘର ଆଗରୁ କୋର୍ଟରେ ସମ୍ପର୍କ ଯୋଡିବାର ପ୍ରୟାସ, କିଛି ଏସବୁ କାହାଣୀକୁ ନେଇ ଖୁବ ଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ବରବଧୂ

Untitled-36

ଭୁବନେଶ୍ୱର: ପାଟିରେ ଖଣ୍ଡିଏ ପାନ,ଅଙ୍ଗନୱାଡି ଦିଦି ତାସାଙ୍ଗକୁ ଗାଁର ନିଆରା ବାହାଘର ଯେଉଁଥିରେ ଛପିରହିଥିବ କଅଁଳ ବୟସର ନିଛକ ଭଲ ପାଇବା | ବେଦୀ ବାହାଘର ଆଗରୁ କୋର୍ଟରେ ସମ୍ପର୍କ ଯୋଡିବାର ପ୍ରୟାସ, କିଛି ଏସବୁ କାହାଣୀକୁ ନେଇ ଖୁବ ଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ବରବଧୂ' | ଏକଦମ ଖାଣ୍ଟି ଓଡ଼ିଆ ଛୁଙ୍କ ଥିବା ଏହି ସିନେମାର ଟିଜର ଆଜି ରିଲିଜ ହୋଇଥିବାବେଳେ ଯୁବ ଅଭିନେତା/ ଅଭିନେତ୍ରୀଙ୍କ ପରିପକ୍ଵତାରେ ଝଲକ ଦେଖିବାକୁ ମିଳିଛି | କେବଳ ଯୁବ ଅଭିନେତା/ଅଭିନେତ୍ରୀ ନୁଁହନ୍ତି ବରଂ ଜଣେ ଯୁବ ନିର୍ଦ୍ଦେଶକ ବିଶ୍ୱରଂଜନ ବି ନିଜ ନିଆରା ନିର୍ଦ୍ଦେଶନାରେ ଭୂମିକାଗୁଡିକୁ ଅତି ସୁନ୍ଦର ଭାବେ ଦର୍ଶାଇଛନ୍ତି | 

କେଉଁମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି?
ଫିଲ୍ମ 'ବରବଧୂ'ରେ ମୁଖ୍ୟ ଭୂମିକାରେ ଶିବାନୀ, ଶୈଳେନ୍ଦ୍ର, ସୂର୍ଯ୍ୟମୟୀ, ଶୁଭାଶିଷ, ଭାସ୍ଵତି ବସୁ, ଜୟଶ୍ରୀ ଷଡ଼ଙ୍ଗୀ ଆଉ ହର ରଥ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି | ବିଶେଷ କରି ଯୁବ ବର୍ଗର ଅଭିନେତା/ଅଭିନେତ୍ରୀମାନଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି |

aassss

ସୂର୍ଯ୍ୟମୟୀ ସାଜିଲେ ଅଙ୍ଗନୱାଡି ଦିଦି-ଶିବାନୀ ସାଜିଲେ ସ୍କୁଲ ଦିଦି 
ଏହି ସିନେମାରେ ସୂର୍ଯ୍ୟମୟୀଙ୍କ ଅଙ୍ଗନୱାଡି ଦିଦି ଭୂମିକାକୁ ଦର୍ଶକ ବେଶ ପସନ୍ଦ କରିବେ | ପାନୁଆ ପାଟିରେ ସୂର୍ଯ୍ୟମୟୀଙ୍କ ଡାଇଲଗ ସାଙ୍ଗକୁ ଶିବାନୀଙ୍କ ସ୍କୁଲ ଦିଦି ଭୂମିକା ବି ବେଶ ଜବରଦସ୍ତ ହୋଇଛି | ଫିଲ୍ମର ନିର୍ଦ୍ଦେଶକ ବିଶ୍ଵରଞ୍ଜନଙ୍କ କହିବା ମୁତାବକ ଫିଲ୍ମର ସୁଟିଂ ଅନୁଗୁଳ, ଟିକରପଡା, ଛେଣ୍ଡିପଦା ସହ କୋରାପୁଟରେ ହୋଇଛି | 

କେବେ ରିଲିଜ ହେବ ସିନେମା?
ଫିଲ୍ମ ବରବଧୂ ଆସନ୍ତା ୧୩ ଫେବୃୟାରୀରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି | ଏହି ସିନେମାର ପ୍ରଯୋଜନା ଚନ୍ଦ୍ରମଣି କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ବିଶ୍ୱରଂଜନ ଓ ସୁଶୀଲ କୁମାର ମିଶ୍ର | ସେହିପରି ସଂଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଓ ଭାରତ ହିତାର୍ଥ ଦେଇଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe