ବିବାଦରେ ମମତା ବାନାର୍ଜୀଙ୍କ ବାୟୋପିକ : ଦି ବେଙ୍ଗଲ ଟାଇଗ୍ରେସ

Advertisment
ବିବାଦରେ ମମତା ବାନାର୍ଜୀଙ୍କ ବାୟୋପିକ : ଦି ବେଙ୍ଗଲ ଟାଇଗ୍ରେସ

New18

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ସ ପିଏମ ନରେନ୍ଦ୍ର ମୋଦି କୁ ନେଇ ବିବାଦ ଥମି ନଥିବାବେଳେ ଏବେ ବିବାଦକୁ ଆସିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନାଁ ବାଘିନ: ଦି ବେଙ୍ଗଲ ଟାଇଗ୍ରେସ । ଏହି ଚଳଚ୍ଚିତ୍ରରେ ମମତା ବାନାର୍ଜୀଙ୍କ ରାଜନୈତିକ ସଂଘର୍ଷ ଓ ପଶ୍ଚିମବଙ୍ଗରୁ ସେ କିପରି ସିପିଏମକୁ ଲୋପ କଲେ ଓ ମୁଖ୍ୟମନ୍ତ୍ରୀ ହେଲେ ସେ ସଂପର୍କରେ ଦେଖାଯାଇଛି ।

କିନ୍ତୁ ଦେଶରେ ଆଦର୍ଶ ଆଚରଣବିଧି ଲାଗୁ ରହିଥିବାରୁ ଏହା ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ସିପିଏମ ପକ୍ଷରୁ କୁହାଯାଇଛି । ଏଥିପାଇଁ ସୀତାରାମ ୟେଚୁରୀଙ୍କ ନେତୃତ୍ୱରେ ଏକ ସିପିଏମର ଏକ ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗ ସୁନୀଲ ଆରୋରାଙ୍କୁ ଭେଟି ଏହି ଫିଲ୍ମକୁ ନେଇ ଆପତ୍ତି ଉଠାଇଛି । ସିପିଏମ ପକ୍ଷରୁ କୁହାଯାଇଛି ଯେ ମୋଦି ବାୟୋପିକକୁ ବନ୍ଦ କରାଯିବା ପରେ ଏହି ବାୟୋପିକକୁ ମଧ୍ୟ ବନ୍ଦ କରାଯିବା ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe