ରାସ୍ତାରେ ଦେଖାଉଥିଲେ ହିରୋଗିରି, ବୁଲେଟରାଜାକୁ ଆସିଲା ନୋଟିସ

Advertisment

ରାସ୍ତାରେ ଦେଖାଉଥିଲେ ହିରୋଗିରି | ବୁଲେଟରେ ବସି ନିଜକୁ ରାସ୍ତାର ରାଜା ଭାବୁଥିଲେ | କେତେବେଳେ ହାତ ଛାଡି ଚଲାଉଥିଲେ ତ କେତେବେଳେ ପୁଣି ଦେଖାଉଥିଲେ ଷ୍ଟଣ୍ଟ | ନା ମୁଣ୍ଡରେ ଥିଲା ହେଲମେଟ ନା ସଡକ ନିୟମକୁ ଥିଲା ଖାତିର |

ରାସ୍ତାରେ ଦେଖାଉଥିଲେ ହିରୋଗିରି | ବୁଲେଟରେ ବସି ନିଜକୁ ରାସ୍ତାର ରାଜା ଭାବୁଥିଲେ | କେତେବେଳେ ହାତ ଛାଡି ଚଲାଉଥିଲେ ତ କେତେବେଳେ ପୁଣି ଦେଖାଉଥିଲେ ଷ୍ଟଣ୍ଟ | ନା ମୁଣ୍ଡରେ ଥିଲା ହେଲମେଟ ନା ସଡକ ନିୟମକୁ ଥିଲା ଖାତିର |

New Project (7)

ବ୍ରହ୍ମପୁର: ରାସ୍ତାରେ ଦେଖାଉଥିଲେ ହିରୋଗିରି। ବୁଲେଟରେ ବସି ନିଜକୁ ରାସ୍ତାର ରାଜା ଭାବୁଥିଲେ। କେତେବେଳେ ହାତ ଛାଡି ଚଲାଉଥିଲେ ତ କେତେବେଳେ ପୁଣି ଦେଖାଉଥିଲେ ଷ୍ଟଣ୍ଟ। ନା ମୁଣ୍ଡରେ ଥିଲା ହେଲମେଟ ନା ସଡକ ନିୟମକୁ ଥିଲା ଖାତିର। ବଡ଼ କଥା ଯେ ଗାଡ଼ି ତ ଚଳାଇଲେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଲେ। ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ଼୍କୁ ଆସିଯାଇଛି ପୁଲିସ ଓ କଷିଦେଇଛି ୧୧ ହଜାର ଟଙ୍କାର ଫାଇନ। ଘଟଣାଟି ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଘଟିଛି।

ଓଡି୦୭ଏପି୮୭୪୭ ନମ୍ବର ଥିବା ବୁଲେଟରେ ଦୁଇ ଯୁବକ ଜାତୀୟ ରାଜପଥରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଥିଲେ। ନା ପୁଲିସର ଭୟ ଥିଲା ନା ଅନ୍ୟ ଲୋକର ଜୀବନ ପ୍ରତି ଚିନ୍ତା ଥିଲା। ବିନା ହେଲମେଟ ସାଙ୍ଗକୁ ହ୍ୟାଣ୍ଡେଲରୁ ହାତ ଛାଡି ଗାଡ଼ି ଚଳାଉଥିଲେ। ଏନେଇ ଜଣେ ସଚେତନ ନାଗରିକ ଟ୍ୱିଟ କରି ଜଣାଇବା ପରେ ଏବେ ଆକ୍ସନ ମୁଡ଼୍କୁ ଆସିଯାଇଛି ପୁଲିସ। ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ବିପଦପୂର୍ଣ୍ଣ ଗାଡ଼ିଚାଳନା ପାଇଁ ୫ ହଜାର ଟଙ୍କା, ହେଲମେଟ ପିନ୍ଧିନଥିବାରୁ ୧ ହଜାର ଟଙ୍କା ଫାଇନ କାଟିଛି।

ବିନା ହେଲମେଟ ସାଙ୍ଗକୁ ହ୍ୟାଣ୍ଡେଲରୁ ହାତ ଛାଡି ଗାଡ଼ି ଚଳାଉଥିଲେ। ଏନେଇ ଜଣେ ସଚେତନ ନାଗରିକ ଟ୍ୱିଟ କରି ଜଣାଇବା ପରେ ଏବେ ଆକ୍ସନ ମୁଡ଼୍କୁ ଆସିଯାଇଛି ପୁଲିସ।

ସମୁଦାୟ ୧୧ ହଜାର ଟଙ୍କାର ଫାଇନ କାଟିଥିବାବେଳେ ଯୁବକ ଦୁଇଜଣ ଗଂଜାମ ଜିଲ୍ଲା କୋଦାଳ ଅଂଚଳର ବୋଲି ଜଣାପଡ଼ିଛି। ତେବେ ବୁଦ୍ଧିଜୀବୀଙ୍କ କହିବା କଥା ଯେ ଏଭଳି ବେପରୁଆ ଗାଡି ଚାଳନା ଦ୍ୱାରା ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ତେଣୁ ପୁଲିସ ପାଟ୍ରୋଲିଂକୁ କଡାକଡି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe