ବଲଙ୍ଗରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, ୧୦ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ସମ୍ପତ୍ତି ପାଉଁଶ

ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି  ଦୁଇ ପରିବାରର ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। 

bh

ଅନୁଗୁଳ: ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି  ଦୁଇ ପରିବାରର ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। 

ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରୁ ଗତକାଲି ରାତି ପ୍ରାୟ ଏଗାରଟା ବେଳକୁ ଅଗ୍ନିକାଣ୍ଡ ଘଟିଛି। ଗାଁର ଦିଲ୍ଲୀପ ବିଶ୍ୱାଳ ଓ କଷ୍ଟୁ ନାୟକଙ୍କ ୫ବଖରା ଘର ପୋଡ଼ି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ଦିଲ୍ଲୀପ ବିଶ୍ୱାଳଙ୍କ ୧୦ଟି ଛେଳି ଜୀବନ୍ତ ଜଳି ଯାଇଥିବା ବେଳେ କଷ୍ଟୁଙ୍କ ଝିଅ ବାହାଘର ପାଇଁ ଥିବା ଆସବାବପତ୍ର ପୋଡ଼ିପାଉଁଶ ହୋଇଯାଇଛି। ସେଥିରେ ସୁନା ଅଳଙ୍କାର ସହିତ ୫୦ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରୁ ଗତକାଲି ରାତି ପ୍ରାୟ ଏଗାରଟା ବେଳକୁ ଅଗ୍ନିକାଣ୍ଡ ଘଟିଛି। ଗାଁର ଦିଲ୍ଲୀପ ବିଶ୍ୱାଳ ଓ କଷ୍ଟୁ ନାୟକଙ୍କ ୫ବଖରା ଘର ପୋଡ଼ି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ଦିଲ୍ଲୀପ ବିଶ୍ୱାଳଙ୍କ ୧୦ଟି ଛେଳି ଜୀବନ୍ତ ଜଳି ଯାଇଥିବା ବେଳେ କଷ୍ଟୁଙ୍କ ଝିଅ ବାହାଘର ପାଇଁ ଥିବା ଆସବାବପତ୍ର ପୋଡ଼ିପାଉଁଶ ହୋଇଯାଇଛି। ସେଥିରେ ସୁନା ଅଳଙ୍କାର ସହିତ ୫୦ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

fire

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe