କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସାରୁଆଳି ପଞ୍ଚାୟତ କୃଷ୍ଣପୁର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରାରୁ ଅଧିକ ଘର ସମେତ ଲକ୍ଷାଧିକ ଟଙ୍କାର ଘର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।
ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ସାହିର ଦୁର୍ଲଭ ବିଶ୍ବାଳଙ୍କ ପରିବାରର ସମସ୍ତେ ଖାଇସାରି ଶୋଇବା ପରେ ତାଙ୍କରି ଘରୁ ପ୍ରଥମେ ନିଆଁ ଲାଗିଥିଲା।ଗ୍ରାମରେ ଦଣ୍ଡ କରୁଥିବା ଯୁବକମାନେ ପ୍ରଥମେ ଏହି ନିଆଁକୁ ଦେଖି ସମସ୍ତଙ୍କୁ ଉଠାଇଥିଲେ। ନିଆଁ ଏତେ ଜୋ ରରେ ଲାଗିଥିଲା ଯେ ଦେଖୁଦେଖୁ ପାଖରେ ଥିବା ପ୍ରମୋଦ ବିଶ୍ବାଳ,ସଞ୍ଜୟ ବିଶ୍ବାଳ ଓ ବିଜୟ ବିଶ୍ବାଳଙ୍କ ଘର ପୋଡ଼ିଯାଇଥିଲା। ନିଆଁର ପ୍ରକୋପରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ଘରୁ ବାହରକୁ ପଳାଇ ଆସିଥିଲେ। ନିଆଁରେ ଧାନ,ଚାଉଳ,ଘରର ବିଭିନ୍ନ ସାମଗ୍ରୀ,ଘର ତିଆରି କରିବା ପାଇଁ ଥିବା ପଟା, ରୋଷେଇ ସାମଗ୍ରୀ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ପ୍ରାୟ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ସାହିର ଦୁର୍ଲଭ ବିଶ୍ବାଳଙ୍କ ପରିବାରର ସମସ୍ତେ ଖାଇସାରି ଶୋଇବା ପରେ ତାଙ୍କରି ଘରୁ ପ୍ରଥମେ ନିଆଁ ଲାଗିଥିଲା।ଗ୍ରାମରେ ଦଣ୍ଡ କରୁଥିବା ଯୁବକମାନେ ପ୍ରଥମେ ଏହି ନିଆଁକୁ ଦେଖି ସମସ୍ତଙ୍କୁ ଉଠାଇଥିଲେ। ନିଆଁ ଏତେ ଜୋ ରରେ ଲାଗିଥିଲା ଯେ ଦେଖୁଦେଖୁ ପାଖରେ ଥିବା ପ୍ରମୋଦ ବିଶ୍ବାଳ,ସଞ୍ଜୟ ବିଶ୍ବାଳ ଓ ବିଜୟ ବିଶ୍ବାଳଙ୍କ ଘର ପୋଡ଼ିଯାଇଥିଲା। ନିଆଁର ପ୍ରକୋପରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ଘରୁ ବାହରକୁ ପଳାଇ ଆସିଥିଲେ। ନିଆଁରେ ଧାନ,ଚାଉଳ,ଘରର ବିଭିନ୍ନ ସାମଗ୍ରୀ,ଘର ତିଆରି କରିବା ପାଇଁ ଥିବା ପଟା, ରୋଷେଇ ସାମଗ୍ରୀ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ପ୍ରାୟ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।
fire
Follow Us