ରାଜକନିକା ବ୍ଲକ ଖୁଣ୍ଟା ଗାଁରେ ଭୟାବହ ଅଗ୍ନିକାଣ୍ଡ: ସର୍ବସ୍ବାନ୍ତ ହୋଇଗଲା ପରିବାର

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖୁଣ୍ଟା ଗାଁର ବିଶ୍ୱମ୍ବର ଜେନାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୯ଟି ଛେଳି, ୧୫ଟି କୁକୁଡ଼ା ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଏବେ ସର୍ବସ୍ବାନ୍ତ ହୋଇଗଲା ପରିବାର।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖୁଣ୍ଟା ଗାଁର ବିଶ୍ୱମ୍ବର ଜେନାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୯ଟି ଛେଳି, ୧୫ଟି କୁକୁଡ଼ା ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଏବେ ସର୍ବସ୍ବାନ୍ତ ହୋଇଗଲା ପରିବାର।

sta

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖୁଣ୍ଟା ଗାଁର ବିଶ୍ୱମ୍ବର ଜେନାଙ୍କ ପରିବାର ଛେଳି କୁକୁଡ଼ା ଓ ଗାଈ ରଖି ଦୁଖେ କଷ୍ଟେ ଚାଲୁଥିଲାl ହେଲେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୯ଟି ଛେଳି, ୧୫ଟି କୁକୁଡ଼ା ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ଏହି ଘର l

 ବିଶ୍ଵମ୍ବର ଜଣେ ପକ୍ଷାଘାତ ରୋଗୀ, ପତ୍ନୀ ମଇନା ଜେନା ଏହି ଛେଳି, କୁକୁଡ଼ା ଓ ଗାଈ ରଖି ପରିବାର ଚଳାଇଥାନ୍ତି l ଏହା ସହିତ ଝିଅ ଯୁକ୍ତ ୨ରେ ପାଠ ପଢ଼ୁଥିବା ସହିତ ପୁଅ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଛି l ଧାର କରଜ କରି ଛେଳି କିଣିଥିଲେ l ଏବେ ଏହି ଗରିବ ପରିବାରର ସବୁକିଛି ଚାଲିଗଲା l

 ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକମାନେ ଦାବୀ କରିଛନ୍ତି l ଅଗ୍ନିକାଣ୍ଡଟି ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ହୋଇଥିବା ନେଇ କୁହାଯାଉଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe