ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ: ଭସ୍ମ ହେଇଗଲା ରେଷ୍ଟୁରାଣ୍ଟ

ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ ଭସ୍ମ ହୋଇଗଲା ରେଷ୍ଟୁରାଣ୍ଟ । ସୁନ୍ଦରଗଡ଼ ଟାଉନ ଥାନା ଲିସା ହୋଟେଲ ସମ୍ମୁଖ ଥ୍ରି ଜେ ବେକ୍ସ୍ ନାମକ ବେକେରୀ ଓ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଜଳି ଯାଇଛି।  

vgu

ସୁନ୍ଦରଗଡ଼: ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ ଭସ୍ମ ହୋଇଗଲା ରେଷ୍ଟୁରାଣ୍ଟ । ସୁନ୍ଦରଗଡ଼ ଟାଉନ ଥାନା ଲିସା ହୋଟେଲ ସମ୍ମୁଖ ଥ୍ରି ଜେ ବେକ୍ସ୍ ନାମକ ବେକେରୀ ଓ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଜଳି ଯାଇଛି।  ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

କ୍ୟାସ କାଉଣ୍ଟର ନିକଟରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ଧୀରେ ଧୀରେ ନିଆଁ ସମ୍ପୂର୍ଣ୍ଣ ରେଷ୍ଟୁରାଣ୍ଟରେ ଲାଗିଯାଇଥିଲା। ଭିତରେ ୧୫ କର୍ମଚାରୀ ଶୋଇଥିବା ବେଳେ ଅଗ୍ନିକାଣ୍ଡ ପରେ ନିଜ ଜୀବନ ବଞ୍ଚାଇ ଛାତ ଉପରକୁ ଚାଲି ଯାଇଥିଲେ। ପରେ ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା।  ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟର ୧୦ଟି  ଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଥିବା ବେଳେ ୪ଟି ସ୍କୁଟର ମଧ୍ୟ ଜଳିଯାଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ଅନୁମାନ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe