ଜଳୁଛି ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲ, ୪ରୁ ଉର୍ଦ୍ଧ୍ବ ପାହାଡ଼ରେ ଲାଗିଛି ନିଆଁ

ଜଳୁଛି ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ଧୂଆଁମୟ ନୀଳଗିରି ସହର। ନଷ୍ଟ ହେଲାଣି ଏକର ଏକର ଜଙ୍ଗଲର ମୂଲ୍ୟବାନ ଗଛ,ଅସୁରିକ୍ଷିତ ଅବସ୍ଥାରେ ବନ୍ୟଜନ୍ତୁ । ସୂଚନା ମୁତାବକ ନୀଳଗିରି ରେଞ୍ଜ ଅଧୀନ ଗାଣ୍ଡିଘୁଷୁରା, ଚଲନାପାଳ, କଇଁମଡିହ,ସ୍ବର୍ଣ୍ଣଚୂଡ ପାହାଡ଼ରେ ନିଆଁ ଲାଗି ଜଳିଗଲାଣି ଏକର ଏକର ଜଙ୍ଗଲ।

zx

ନୀଳଗିରି: ଜଳୁଛି ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ଧୂଆଁମୟ ନୀଳଗିରି ସହର। ନଷ୍ଟ ହେଲାଣି ଏକର ଏକର ଜଙ୍ଗଲର ମୂଲ୍ୟବାନ ଗଛ,ଅସୁରକ୍ଷିତ ଅବସ୍ଥାରେ ବନ୍ୟଜନ୍ତୁ । ସୂଚନା ମୁତାବକ ନୀଳଗିରି ରେଞ୍ଜ ଅଧୀନ ଗାଣ୍ଡିଘୁଷୁରା,ଚଲନାପାଳ,କଇଁମଡିହ,ସ୍ବର୍ଣ୍ଣଚୂଡ଼ ପାହାଡ଼ରେ ନିଆଁ ଲାଗି ଜଳିଗଲାଣି ଏକର ଏକର ଜଙ୍ଗଲ। ନୀଳଗିରି ସଂରକ୍ଷିତ ଜଙ୍ଗଲରେ ଅଣାୟତ ହୋଇଛି ନିଆଁ ପବନର ବେଗ  ବଢିବା ସହ ନିଆଁର ପ୍ରକୋପ ମଧ୍ୟ ବଢିବାକୁ ଲାଗିଛି।

ଚଳିତ ବର୍ଷ ବାରମ୍ବାର ନୀଳଗିରି ରେଞ୍ଜରେ ନିଆଁ ଲାଗିଥିବା ବେଳେ ସେ ଦିଗରେ ବନବିଭାଗର ନିଘା ନାହିଁ। ଆଜି ଉକ୍ତ ପାହାଡ଼ଗୁଡ଼ିକରେ ସକାଳ ୬ ଟାରୁ ନିଆଁ ଲାଗିଥିବା ବେଳେ ଦିନ ୧୨ ଟାରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ମାତ୍ର ୫ ରୁ ୭ ଜଣ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଫଳରେ  ସ୍ଥାନୀୟ ମହାବୀର ସ୍ବେଚ୍ଛାସେବୀ ସଙ୍ଗଠନର ସଭାପତି ବିଦ୍ୟାଧର ବାରିକ ଓ ଯୁବ ପ୍ରକୃତିପ୍ରେମୀ କମଳ ଲୋଚନ କିଛି ସଦସ୍ୟଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ।

ଜଙ୍ଗଲରେ ନିଆଁ ନଲାଗିବା ପାଇଁ ବନବିଭାଗ ପକ୍ଷରୁ ଫାୟାର ୱାଚର,ସବୁଜବାହିନୀ ଓ ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ତଥାପି କିଏ କେମିତି ଜଙ୍ଗଲରେ ପଶି ନିଆଁ ଲଗାଉଛି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏ ନେଇ ଫରେଷ୍ଟର ରାମଚନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ କିଛି ଖଳ ପ୍ରକୃତିର ଲୋକ କାଠ ଆଣିବାକୁ ଯାଇ ଓ ଶିକାର ଆଶାରେ ନିଆଁ ଲଗେଇଦେଉଛନ୍ତି ସବୁ ନିଆଁ ଲିଭା ସରିଛି ବୋଲି କହିଛନ୍ତି।

forest

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe