ପାରାଦ୍ବୀପରେ ବଡଧରଣର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲା ଏକାଧିକ ଦୋକାନ

ପାରାଦ୍ବୀପ ଦୋଛକି ନିକଟରେ ବଡଧରଣର ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ଜଳିଗଲା ଗ୍ୟାରେଜ ସହ ଅନ୍ୟ ଏକ ଦୋକାନ | ଗ୍ୟାରେଜରେ ଶୋଇଥବାବେଳେ ଅଗ୍ନିକାଣ୍ଡରେ ଜଳିଯାଇ ଜଣେ ଆହତ ହୋଇଛନ୍ତି ।

fire

ପାରାଦ୍ବୀପ: ପାରାଦ୍ବୀପ ଦୋଛକି ନିକଟରେ ବଡଧରଣର ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ଜଳିଗଲା ଗ୍ୟାରେଜ ସହ ଅନ୍ୟ ଏକ ଦୋକାନ | ଗ୍ୟାରେଜରେ ଶୋଇଥବାବେଳେ ଅଗ୍ନିକାଣ୍ଡରେ ଜଳିଯାଇ ଜଣେ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ପାରାଦ୍ବୀପ ଦୋଛକି ନିକଟରେ ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ମାନସ ଲେଙ୍କାଙ୍କ ଗ୍ୟାରେଜ ସହ ପାଖରେ ଥିବା ଏକ ଚା ଓ ଷ୍ଟେସନାରୀ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଗ୍ୟାରେଜରେ ଜଣେ ଶୋଇଥିବାବେଳେ ନିଆଁ ଲାଗିବା ପରେ ସେ ଜୀବନ ବିକଳରେ ନିଜକୁ ବଞ୍ଚାଇବା ପାଇଁ ସାମାନ୍ୟ ଆହତ ହୋଇଛନ୍ତି।

 ନିଆଁର ଭୟାବହ ଏତେ ଥିଲା ଯେ ଚା ଦୋକାନରେ ଥିବା ତିନୋଟି ଗ୍ୟାସ ଟାଙ୍କି ଫାଟିଯାଇଥିଲା | ଫଳରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ୟାରେଜ ଥିବା ୧୦ରୁ ଉର୍ଦ୍ଧ୍ବ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିଲା | ଖବର ପାଇ ଅଗ୍ନିଶମବାହିନୀ ଆସି ନିଆକୁ ଆୟତ କରିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥବା ନେଇ ଗ୍ୟାରେଜ ମାଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe