ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପନ ପ୍ରଶିକ୍ଷଣର ତାଲିମ

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ପରିସରରେ ଅଗ୍ନିଶମ ନିରାପତ୍ତା ସପ୍ତାହ ଅବସରରେ ଏକ "ଅଗ୍ନି ନିର୍ବାପନ ପ୍ରଶିକ୍ଷଣ ଏବଂ ମକ୍ ଡ୍ରିଲ୍" ଅନୁଷ୍ଠିତ ହୋଇଯାଇଛି । କଟକସ୍ଥିତ ଓଡ଼ିଶା ଅଗ୍ନି ସେବା ସଂସ୍ଥାର ସକ୍ରିୟ ସହଯୋଗରେ ଏହି ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା ।

ୂର

କଟକଶିକ୍ଷାନୁଷ୍ଠାନର ନିରାପତ୍ତା ନିମନ୍ତେ ଯେଉଁ କେତୋଟି ଦିଗ ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି, ସେହି ଦିଗ ହେଉଛି ଅଗ୍ନି ନିରାପତ୍ତା। କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ଶିକ୍ଷାର୍ଥୀମାନଙ୍କ ପର୍ଯ୍ୟନ୍ତ କିପରି ସମ୍ଭାବ୍ୟ ଅଗ୍ନି ଦୁର୍ବିପାକଠାରୁ ଦୂରେଇ ରହିବେ, ସେ ସମ୍ପର୍କରେ ପ୍ରଶିକ୍ଷଣ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି।  

ସେଥିପାଇଁ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ପରିସରରେ ଅଗ୍ନିଶମ ନିରାପତ୍ତା ସପ୍ତାହ ଅବସରରେ ଏକ "ଅଗ୍ନି ନିର୍ବାପନ ପ୍ରଶିକ୍ଷଣ ଏବଂ ମକ୍ ଡ୍ରିଲ୍" ଅନୁଷ୍ଠିତ ହୋଇଯାଇଛି । କଟକସ୍ଥିତ ଓଡ଼ିଶା ଅଗ୍ନି ସେବା ସଂସ୍ଥାର ସକ୍ରିୟ ସହଯୋଗରେ ଏହି ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟୁତ୍ ଅପଚୟ କମାଇବା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।  ଏହାଦ୍ବାରା ଧନଜୀବନ ଉଭୟ ହାନି ହେବାରୁ ରୋକାଯାଇ ପାରିବ।

ମକ୍ ଡ୍ରିଲରେ କଟକ ବିଡ଼ାନାସୀ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟର ଷ୍ଟେସନ ଅଗ୍ନିଶମ ଅଧିକାରୀ ପ୍ରିୟରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଅଗ୍ନି ଯୋଦ୍ଧା ଅନନ୍ତ ଚରଣ ଦାସ, ଶ୍ରୀନିବାସ ସାହୁ, ସୁଶାନ୍ତ କୁମାର ପୃଷ୍ଟି ଏବଂ ଅଶୋକ ମହାନ୍ତି ଅଗ୍ନିକାଣ୍ଡରୁ ରକ୍ଷା ପାଇବାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ  । ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିରାପତ୍ତା ଅଧିକାରୀ ସୁବେଦାର ଯାଦବ, ସହକାରୀ ନିରାପତ୍ତା ଅଧିକାରୀ ଭାରତବନ୍ଧୁ ଷଡ଼ଙ୍ଗୀ,  ମାନବ ସମ୍ବଳ ବିକାଶ ବିଭାଗର ପରିଚାଳିକା ସୋନାଲି ବିହାରୀ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ଯତିନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ୨୦୦ ଜଣ ଅଂଶଗ୍ରହଣକାରୀ ପ୍ରଶିକ୍ଷଣ ନେଇ କାର୍ଯ୍ୟକ୍ରମଟିକୁ ସୁଚାର ରୁପେ ତୁଲାଇଥିଲେ। 

ଏହି ମକ୍ ଡ୍ରିଲରେ କଟକ ବିଡ଼ାନାସୀ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟର ଷ୍ଟେସନ ଅଗ୍ନିଶମ ଅଧିକାରୀ ପ୍ରିୟରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଅଗ୍ନି ଯୋଦ୍ଧା ଅନନ୍ତ ଚରଣ ଦାସ, ଶ୍ରୀନିବାସ ସାହୁ, ସୁଶାନ୍ତ କୁମାର ପୃଷ୍ଟି ଏବଂ ଅଶୋକ ମହାନ୍ତି ଅଗ୍ନିକାଣ୍ଡରୁ ରକ୍ଷା ପାଇବାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ  । ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିରାପତ୍ତା ଅଧିକାରୀ ସୁବେଦାର ଯାଦବ, ସହକାରୀ ନିରାପତ୍ତା ଅଧିକାରୀ ଭାରତବନ୍ଧୁ ଷଡ଼ଙ୍ଗୀ,  ମାନବ ସମ୍ବଳ ବିକାଶ ବିଭାଗର ପରିଚାଳିକା ସୋନାଲି ବିହାରୀ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ଯତିନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ୨୦୦ ଜଣ ଅଂଶଗ୍ରହଣକାରୀ ପ୍ରଶିକ୍ଷଣ ନେଇ କାର୍ଯ୍ୟକ୍ରମଟିକୁ ସୁଚାର ରୁପେ ତୁଲାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe