ଭଦ୍ରକରେ ଗୁଳିମାଡ଼:  ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ଭଦ୍ରକ ସହର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼। ଗୁଳିମାଡର ଶିକାର ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲମଳା ଗ୍ରାମର ବିଦ୍ୟାଧର ପାତ୍ର। ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। 

dsdscxxc

ଭଦ୍ରକ: ଭଦ୍ରକ ସହର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼। ଗୁଳିମାଡର ଶିକାର ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲମଳା ଗ୍ରାମର ବିଦ୍ୟାଧର ପାତ୍ର। ରାତିରେ ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଦୁର୍ବୃତ୍ତ ଆସି ଗୁଳି ଫୁଟାଇ ଥିଲେ। ଲୁଟ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ପରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। 

ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟାଧରଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଘଟଣାସ୍ଥଳକୁ ଟାଉନ ପୁଲିସ ଓ ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଭଦ୍ରକ ମେଡିକାଲ ଆସି ବିଦ୍ୟାଧରଙ୍କୁ ଘଟଣା  ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ସହରର ସବୁ ପଥ ସିଲ୍ କରାଯିବା ସହ ତନଖି କରାଯାଉଛି। ଦୃର୍ବୃତ୍ତମାନେ  ଗୁଳି ମାଡ କରି ବାଲେଶ୍ଵର ଅଭିମୁଖେ  ଫେରାର ହୋଇଯାଇଥିଲେ। ସେହି ଦିଗକୁ ପୁଲିସର ଏକ ଟିମ  ଯାଇଛି। ତେବେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ସବୁ ଆଡ଼େ ଯାଞ୍ଚ ଆରମ୍ଭ କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟାଧରଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଘଟଣାସ୍ଥଳକୁ ଟାଉନ ପୁଲିସ ଓ ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଭଦ୍ରକ ମେଡିକାଲ ଆସି ବିଦ୍ୟାଧରଙ୍କୁ ଘଟଣା  ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ସହରର ସବୁ ପଥ ସିଲ୍ କରାଯିବା ସହ ତନଖି କରାଯାଉଛି। ଦୃର୍ବୃତ୍ତମାନେ  ଗୁଳି ମାଡ କରି ବାଲେଶ୍ଵର ଅଭିମୁଖେ  ଫେରାର ହୋଇଯାଇଥିଲେ। ସେହି ଦିଗକୁ ପୁଲିସର ଏକ ଟିମ  ଯାଇଛି। ତେବେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ସବୁ ଆଡ଼େ ଯାଞ୍ଚ ଆରମ୍ଭ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe