ରାଜନୈତିକ ଆକ୍ରୋଶକୁ ନେଇ ବିବାହ ଭୋଜିରେ ଗୁଳିକାଣ୍ଡ, ଦୁଇ ଆହତ

Advertisment

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ ବିବାହ ଭୋଜିରେ ଗୁଳିକାଣ୍ଡ ହୋଇଥିବାର ଖବର ମିଳିଛି। ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି।

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ ବିବାହ ଭୋଜିରେ ଗୁଳିକାଣ୍ଡ ହୋଇଥିବାର ଖବର ମିଳିଛି। ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି।

ହାଟରେ ୧୦ ବର୍ଷର ପିଲା ବିକ୍ରି!

ଯାଜପୁର:  ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ ବିବାହ ଭୋଜିରେ ଗୁଳିକାଣ୍ଡ ହୋଇଥିବାର ଖବର ମିଳିଛି। ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳିମାଡ଼ ହୋଇଛି। ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ବିବାହ ଭୋଜିରେ ଏହି ଗଣ୍ଡଗୋଳ ହୋଇଥିଲା। ବାରବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । 

ବଡ଼ଚଣା ଥାନା ଅଞ୍ଚଳରେ ବିବାହ ଭୋଜିରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବିଜେଡିର କିଛି  ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଫୁଟିଥିଲା ଗୁଳି। ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା।  ଘଟଣାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି।

ତେବେ ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବିଜେଡିର କିଛି  ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଫୁଟିଥିଲା ଗୁଳି। ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା।  ଘଟଣାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe