ସିନାପାଲିରେ ଗୁଳିକାଣ୍ଡ,  ଯୁବକ ଗୁରୁତର

ନୂଆପଡ଼ା ଜିଲ୍ଲା ସିନାପାଳି ଥାନା କାଫସି ଛକ ଠାରେ ଗତ ରାତିରେ ଗୁଳିକାଣ୍ଡ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିବାର ସୂଚନା ରହିଛି। ଯୁବକଙ୍କ ପେଟରେ ଗୁଳି ବାଜିଥିବା ବେଲେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପୁହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

sକ୧୨୩

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଳି ଥାନା କାଫସି ଛକ ଠାରେ ଗତ ରାତିରେ ଗୁଳିକାଣ୍ଡ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିବାର ସୂଚନା ରହିଛି। ଯୁବକଙ୍କ ପେଟରେ ଗୁଳି ବାଜିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପୁହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମିଳିଥିବା ସୂଚନା  ଅନୁଯାୟୀ,  ସିନାପାଲି ଥାନା କାଫସି ଗ୍ରାମରେ ଛକ ଠାରେ ରାତି ୯ଟା ସମୟରେ ଗୁଳିମାଡି ହୋଇଥିବା ବେଲେ ନିଳାମ୍ବର ମେହେରା (୩୭)ଙ୍କ  ପେଟରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ ସିନାପାଲି ଡାକ୍ତରଖାନା ନେଉଥିବା ବେଲେ ପୁଣି ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଲାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। କେଉଁ କାରଣକୁ ନେଇ ଯୁବକଙ୍କୁ ଗୁଳିମାଡ଼ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଘଟଣା ସ୍ଥଳକୁ ସିନାପାଲି ପୁଲିସ ପହଞ୍ଚି ଘଟଣା ଉପରେ ତଦନ୍ତ  କରୁଥିବା ବେଲେ ଗୁଳିମାଡି ମାଡ଼ କରି  ଫେରାର ହୋଇଥିବା ଯୁବକଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe