ବାଲିଘାଟରୁ ଗୁଳିକାଣ୍ଡ ଘଟଣା: ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ୫୦ ଜଣଙ୍କୁ ଜେରା

Advertisment

ବାଲିଘାଟ ବିବାଦରୁ ଗୁଳିମାଡ ଘଟଣାକୁ ଇତି ମଧ୍ୟରେ ମାସେ ବିତିଯାଇଛି। ମାସକ ମଧ୍ୟରେ ପୁଲିସ ଓଡ଼ିଶା ସମେତ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡର ସିମ୍‌ଡେଗା, ପଶ୍ଚିମସିଂହଭୂମ ଜିଲ୍ଲାର ପ୍ରାୟ ୫୦ ଜଣଙ୍କୁ ଜେରା କରିସାରିଛି।

ବାଲିଘାଟ ବିବାଦରୁ ଗୁଳିମାଡ ଘଟଣାକୁ ଇତି ମଧ୍ୟରେ ମାସେ ବିତିଯାଇଛି। ମାସକ ମଧ୍ୟରେ ପୁଲିସ ଓଡ଼ିଶା ସମେତ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡର ସିମ୍‌ଡେଗା, ପଶ୍ଚିମସିଂହଭୂମ ଜିଲ୍ଲାର ପ୍ରାୟ ୫୦ ଜଣଙ୍କୁ ଜେରା କରିସାରିଛି।

ନୂଆବର୍ଷ ଭୋଜିରେ ଫୁଟିଲା ଗୁଳି: ବଡ଼ର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା: ବାଲିଘାଟ ବିବାଦରୁ ଗୁଳିମାଡ ଘଟଣାକୁ ଇତି ମଧ୍ୟରେ ମାସେ ବିତିଯାଇଛି। ଆଜି ପର୍ଯ୍ୟନ୍ତ ପୁଲିସର ହାତ ଖାଲି। ଗୁଳିକାଣ୍ଡର କାରଣ ଖୋଜି ପାଉ ନଥିବାରୁ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ପୁଲିସ ଟିମ୍‌ ତଦନ୍ତ ଜାରି ରଖିଛି। ମାସକ ମଧ୍ୟରେ ପୁଲିସ ଓଡ଼ିଶା ସମେତ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡର ସିମ୍‌ଡେଗା, ପଶ୍ଚିମସିଂହଭୂମ ଜିଲ୍ଲାର ପ୍ରାୟ ୫୦ ଜଣଙ୍କୁ ଜେରା କରିସାରିଛି। ଗତକାଲି ଗୁଳିମାଡ଼ର ଶିକାର ବିଜୟ ଲାକ୍ରା ଓ ଅନ୍ୟମାନଙ୍କ ସୂଚନା ଆଧାରରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ପୁଲିସ ଟିମ୍‌ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ମଧ୍ୟ ତିନି ପଚରାଉଚୁରା କରିଥିଲା। ଆଜି ମଧ୍ୟ ସେକ୍ଟର-୩ ଥାନାରେ ଜଣଙ୍କୁ ପ୍ରାୟ ୫ ଘଣ୍ଟା ଜେରା କରାଯାଇଛି। ଆଜି (ରବିବାର) ତାକୁ ପୁଣି ଜେରା କରାଯିବ ବୋଲି ଜଣାପଡିଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ ସେକ୍ଟର-୪ସ୍ଥ ବିଜୟ ଲାକ୍ରାଙ୍କ ଘର ଆଗରେ ପୁଲିସ ମୁତୟନ କରାଯାଇଛି। ପୁଲିସ ଉଭୟ ଗୁଳିମାଡର ଶିକାର ବିଜୟ ଲାକ୍ରା ଓ ତା’ର ସହଯୋଗୀ, ଗୁଳିମାଡ଼ କରିଥିବା ଅଭିଯୁକ୍ତ ଓ ତା’ର ସହଯୋଗୀମାନଙ୍କୁ ଗିରଫ କରିଯିବ ବୋଲି କୁହାଯାଉଛି।

ଖୁବ୍‌ଶୀଘ୍ର ଗୁଳିକାଣ୍ଡର କାରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଭାଶଙ୍କର ନାୟକ କହିଛନ୍ତି। ସେ କହିଛନ୍ତି, ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଘଟଣାର ତଦନ୍ତ କରାଯାଉଛି। ଏହି ଘଟଣାରେ କାହାରିକୁ ଛଡାଯିବ ନାହିଁ। ତଦନ୍ତ ଟିମ୍‌ର ତଦନ୍ତ ଶେଷ ସୋପାନରେ ପହଞ୍ଚି ସାରିଛି ବୋଲି ସେ କହିଛନ୍ତି। ଗତ ୨୨ ଫେବ୍ରୁଆରି ସଂଧ୍ୟାରେ ବାଲିଘାଟ ବିବାଦକୁ କେନ୍ଦ୍ରକରି ବିଜୟ ଲାକ୍ରାଙ୍କୁ ସେକ୍ଟର -୪ ଡାକଘର ନିକଟରେ ଗୁଳିମାଡ ହୋଇଥିଲା। ବିଜୟଙ୍କ ବେକରେ ଗୁଳି ବାଜିଥିଲା। ଗୁରୁତର ଭାବେ ତାଙ୍କୁ ଆଇଜିଏଚ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।ରାତି ପ୍ରାୟ ୮ଟାରେ ବିଜୟ ନିଜ ଦୁଇବର୍ଷର ଝିଅ ସହ ତାଙ୍କ ବ୍ରେଜା କାର୍‌ (ଓଡି୧୪ଆର୍‌୫୫୨୬)​ରେ ବୁଲୁଥିବାବେଳେ ଏ-୩୦ ନମ୍ବର କ୍ବାର୍ଟର୍ସ ଆଗରେ ହେଲ୍‌ମେଟ୍‌ ପିନ୍ଧା ଦୁଇ ଦୁର୍ବୃତ୍ତ ମୋଟରସାଇକଲ୍‌ରେ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଗୁଳି ବିଜୟଙ୍କ ବେକରେ ବାଜିବାରୁ ସେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁଳିମାଡ଼ର ଶିକାର ବିଜୟ ଲାକ୍ରା ଗତ ୨୦୧୨ ମସିହାରେ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ୮ ମାସ ଜେଲ୍‌ରେ ରହିବାପରେ ଜାମିନ୍‌ରେ ବାହାରିଥିଲେ। ଜୀବନପ୍ରତି ବିପଦଥିବାରୁ କୁଆରମୁଣ୍ଡା ଭାଲୁଡୁଙ୍ଗୁରିରେ ନରହି ବିଜୟ ରାଉରକେଲା ସେକ୍ଟର-୪ ଅନ୍ତର୍ଗତ ଏ -୮୮ କ୍ବାର୍ଟର୍ସରେ ପରିବାର ସହ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe