ଅଟାୱା: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଟମ୍ବଲର ରିଜ୍ ସେକେଣ୍ଡାରୀ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଏହା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ କହିଛି, ଅନେକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।

Advertisment

ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ପୂଲିସ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧:୨୦ ସମୟରେ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଥିଲା । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା। ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନିହତ ହୋଇଛନ୍ତି।

ପୂଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ: Hockey Pro League: ହକି ପ୍ରୋ-ଲିଗ୍‌ର ଝଲକ: ଉତ୍ସାହଜନକ ପ୍ରତ୍ୟାବର୍ତ୍ତନ

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗୁଜବ ପ୍ରତି ଧ୍ୟାନ ନଦେବା ଓ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ ନିବେଦନ କରିଛି।