ହୋଟେଲରେ ପଶି ମହିଳାଙ୍କୁ ଗୁଳିମାଡ଼, ଦୁଇ ବାଇକରେ ଆସିଥିଲେ ୬ ଯୁବକ

Advertisment

ଗୁରୁବାର ରାତି ପ୍ରାୟ ୧୦ଟାରେ ଛଅରୁ ଅଧିକ ଯୁବକ ଏକ ହୋଟେଲରେ ପଶି ମହିଳାଙ୍କୁ ଗୁଳିମାଡ଼ କରିଛନ୍ତି। ଟଙ୍କାଲୁଟ୍‌ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଲିଖିତ ଅଭି‌ଯୋଗ ଅନୁଯାୟୀ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଗୁରୁବାର ରାତି ପ୍ରାୟ ୧୦ଟାରେ ଛଅରୁ ଅଧିକ ଯୁବକ ଏକ ହୋଟେଲରେ ପଶି ମହିଳାଙ୍କୁ ଗୁଳିମାଡ଼ କରିଛନ୍ତି। ଟଙ୍କାଲୁଟ୍‌ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଲିଖିତ ଅଭି‌ଯୋଗ ଅନୁଯାୟୀ ପୁଲିସ ଘଟଣାର ତଦନ୍ତ ଚଳାଇଛି।

vfgy

ରାଉରକେଲା/ବିଶ୍ରା: ଗୁରୁବାର ରାତି ପ୍ରାୟ ୧୦ଟାରେ ଛଅରୁ ଅଧିକ ଯୁବକ ଏକ ହୋଟେଲରେ ପଶି ମହିଳାଙ୍କୁ ଗୁଳିମାଡ଼ କରିଛନ୍ତି। ଟଙ୍କାଲୁଟ୍‌ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଗୋଟିଏ ଗୁଳି ମହିଳାଙ୍କ ଡାହାଣ ଗୋଡରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାାରେ ପ୍ରଥମେ ବିଶ୍ରା ଡାକ୍ତରଖାନା ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପରିବାର ଲୋକଙ୍କ ଲିଖିତ ଅଭି‌ଯୋଗ ଅନୁଯାୟୀ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ବିଶ୍ରା ସାରୁବାହାଲ ଛକରେ ଗଙ୍ଗେଇ ଖାଲ୍‌କୋ (୪୫)ଙ୍କର ଏକ ହୋଟେଲ ରହିଛି। ରାତି ପ୍ରାୟ ୧୦ଟାରେ ଗଙ୍ଗେଇ ହୋଟେଲରେ ବସିଥିଲେ। ହଠାତ୍‌ ଦୁଇଟି ବାଇକ୍‌ରେ ୬ ଯୁବକ ସେଠାରେ ପହଞ୍ଚିଥିଳେ। ଜୋରଜବରଦସ୍ତ ହୋଟେଲ ଭିତରକୁ ପଶି ଗଙ୍ଗେଇଙ୍କୁ ଧମକଚମକ ଦେଇଥିଲେ। ଗଙ୍ଗେଇ ପ୍ରତିବାଦ କରିବାରୁ ସେମାନେ ଧମକଚମକ ଦେଇଥିଲେ। ଭୟଭୀତ କରିବାକୁ ୬ ଯୁବକଙ୍କ ମଧ୍ୟରୁ ଜଣେ ପକେଟ୍‌ରୁ ପିସ୍ତଲ ବାହାର କରି ଗଙ୍ଗେଇଙ୍କୁ ଗୁଳିମାଡ଼ କରିଥିଲେ। ଗଙ୍ଗେଇ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ସେମାନେ ହୋଟେଲ କ୍ୟାସ୍‌ରୁ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥ‌ିଲେ। ସ୍ଥାନୀୟ ଲୋକ ହୋଟେଲରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାକୁ ପଠାଇଥିଲେ।

ମିଳିଥିବା ସୂଚନା ମୁତାବକ ବିଶ୍ରା ସାରୁବାହାଲ ଛକରେ ଗଙ୍ଗେଇ ଖାଲ୍‌କୋ (୪୫)ଙ୍କର ଏକ ହୋଟେଲ ରହିଛି। ରାତି ପ୍ରାୟ ୧୦ଟାରେ ଗଙ୍ଗେଇ ହୋଟେଲରେ ବସିଥିଲେ। ହଠାତ୍‌ ଦୁଇଟି ବାଇକ୍‌ରେ ୬ ଯୁବକ ସେଠାରେ ପହଞ୍ଚିଥିଳେ। ଜୋରଜବରଦସ୍ତ ହୋଟେଲ ଭିତରକୁ ପଶି ଗଙ୍ଗେଇଙ୍କୁ ଧମକଚମକ ଦେଇଥିଲେ। ଗଙ୍ଗେଇ ପ୍ରତିବାଦ କରିବାରୁ ସେମାନେ ଧମକଚମକ ଦେଇଥିଲେ। ଭୟଭୀତ କରିବାକୁ ୬ ଯୁବକଙ୍କ ମଧ୍ୟରୁ ଜଣେ ପକେଟ୍‌ରୁ ପିସ୍ତଲ ବାହାର କରି ଗଙ୍ଗେଇଙ୍କୁ ଗୁଳିମାଡ଼ କରିଥିଲେ। ଗଙ୍ଗେଇ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ସେମାନେ ହୋଟେଲ କ୍ୟାସ୍‌ରୁ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥ‌ିଲେ। ସ୍ଥାନୀୟ ଲୋକ ହୋଟେଲରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାକୁ ପଠାଇଥିଲେ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe